LIVE TV

ବିପୁଳ ପରିମାଣର ନକଲି ମଦ ଜବତ : ଧରାପଡିଲେ ୩ କର୍ମଚାରୀ, ମାଲିକ ଫେରାର

NEWS7
Angul

ଅନୁଗୋଳ ୨୬।୯: ଅନୁଗୋଳ ଜିଲ୍ଲାରେ ଅପରେସନ ‘ପ୍ରହାର’ର ପ୍ରଭାବ । ଅନୁଗୋଳ ଶିକ୍ଷକପଡା ସାଇ ମନ୍ଦିର ନିକଟରୁ ବିପୁଳ ପରିମାଣରେ ନକଲି ମଦ ବୋତଲକୁ ଜବତ କରିଛି ଅନୁଗୋଳର ସ୍ପେଶାଲ ସ୍କ୍ବାଡ୍ । ପ୍ରାୟ ୪ ଶହ ବୋତଲ ମଦ ସହ ବିପୁଳ ପରିମାଣର ବ୍ୟାରେଲ ବ୍ୟାରେଲ ମଦରେ ବ୍ୟବହୃତ କେମିକାଲ, ଠିପି, ଲେବଲ ଆଉ କାଚ ବୋତଲ ଜବତ ହୋଇଛି ।

କୌଣସି ସୂତ୍ରରୁ ଖବର ପାଇ ସ୍କ୍ବାଡ୍ ଚଢ଼ାଉ କରିଥିଲା । ଏହି ଘଟଣାରେ ଫ୍ୟାକ୍ଟ୍ରିର ୩ ଜଣଙ୍କୁ ଅନୁଗୋଳ ସଦର ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ମାଲିକ ଫେରାର ହୋଇଛନ୍ତି ।