LIVE TV

ଅମରେଶ ଜେନାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ, ନାବାଳିକା ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ

NEWS7
Ameresh Jena

କଟକ ୧୦: ଅମରେଶ ଜେନାଙ୍କ ଜାମିନ ମଞ୍ଜୁର ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ୨୫ ହଜାର ଟଙ୍କାର ଦୁଇ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ ଅମରେଶ ଜେନା ।

ସୂଚନାଯୋଗ୍ୟ ଯେ, ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନାଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭ୍ରୁଣହତ୍ୟା ପାଇଁ ବାଧ୍ୟ କରିଥିବା ନେଇ ଅଭି‌ଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା । କିନ୍ତୁ ଅଭିଯୁକ୍ତ ଅମ‌ରେଶ ଜେନା ଫେରାର ହୋଇଯାଇଥିଲେ । ପୋଲିସ ତାଙ୍କ ମୋବାଇଲ ଟ୍ରାକିଂ କରି କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ଜାଣିବାକୁ ପାଇଥିଲା । ସେମାନଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରିଥିଲା । ସେମାନେ ତାଙ୍କୁ ‌ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ । ପରେ ‌ସେମାନଙ୍କୁ ଗିରଫ କରି ପୋଲିସ କୋର୍ଟଚାଲାଣ କରିଥିଲା ।

ପରେ ଅମରେଶ ଜେନାକୁ ପୋଲିସ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା । ତାଙ୍କୁ ସେଠାରୁ ଭୁବନେଶ୍ବର ଆଣିଥିଲା । କ୍ୟାପିଟାଲ ହସ୍‌ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା ।