ନୂଆଦିଲ୍ଲୀ: ସେପ୍ଟେମ୍ବର ୩ ତାରିଖରେ ଜିଏସ୍‌ଟି ପରିଷଦର ୫୬ ତମ ବୈଠକରେ ଭାରତର ଜିଏସ୍‌ଟି ସ୍ଲାବ୍‌ରେ ବଡ଼ ପରିବର୍ତ୍ତନ କରିଥିଲେ କେନ୍ଦ୍ର ସରକାର। ଏଥିରେ ମୁଖ୍ୟତଃ ଦୁଇଟି ସ୍ଲାବ୍‌ ୫ ପ୍ରତିଶତ ଓ ୧୮ ପ୍ରତିଶତ ଲାଗୁ କରାଯାଇଥିଲା। ସିନ ଗୁଡ୍ସ ଓ ଲଗ୍‌ଜୁରି ଗୁଡ୍ସ ଉପରେ  ୪୦ ପ୍ରତିଶତ ଜିଏସ୍‌ଟି ଲଗାଯାଇଛି। ଏହି ପରିବର୍ତ୍ତନ ପରେ ୩୫୦ ସିସି ଭିତରେ ଆସୁଥିବା ସମସ୍ତ ବାଇକ୍‌ ଉପରେ ଜିଏସ୍‌ଟି ୨୮ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତ କରାଯାଇଛି। ସେହି ଅନୁସାରେ ଏକାଧିକ ମୋଟର ବାଇକ ଶସ୍ତା ହୋଇଯାଇଛି। ହୋଣ୍ଡା ଠାରୁ ଆରମ୍ଭ କରି ରାୟଲଏନ୍‌ଫିଲ୍ଡ, ହିରୋ ମୋଟୋକର୍ପ, ଟିଭିଏସ୍‌ ଓ ୟାମାହା ଭଳି ମୋଟରସାଇକେଲ କମ୍ପାନୀ ଦର ହ୍ରାସ କରିଛନ୍ତି। ହିରୋ ମୋଟୋକର୍ପ ମଧ୍ୟ ସମସ୍ତ ବାଇକ୍‌ ଉପରେ ଦର ହ୍ରାସ ଘୋଷଣା କରିଛି। ସେପ୍ଟେମ୍ବର ୨୨ ତାରିଖରେ ହ୍ରାସ ହୋଇଥିବା ଦର ଲାଗୁ ହେବ ବୋଲି କମ୍ପାନୀ କହିଛି। କେଉଁ ବାଇକର ଦାମ କେତେ କମିଲା ଆସନ୍ତୁ ଜାଣିବା।

ମୋଡେଲ୍ ଅନୁସାରେ କେତେ ଦର କମିବ?

ହିରୋ ଡେଷ୍ଟିନି ୧୨୫ ମଡେଲ୍‌ରେ- ,୧୯୭ ଟଙ୍କା କମିବ
ଗ୍ଲାମର ଏକ୍ସ ,୮୧୩ ଟଙ୍କା କମିବ
ଏଚ୍ଏଫ୍ ଡିଲକ୍ସ ,୮୦୫ ଟଙ୍କା କମିବ
କରିଜମା ୨୧୦ ୧୫,୭୪୩ ଟଙ୍କା
ପାସନ ପ୍ଲସ୍ ,୫୦୦ ଟଙ୍କା
ଏକ୍ସଟ୍ରିମ ୧୨୫ ଆର ,୦୧୦ ଟଙ୍କା
ଏକ୍ସଟ୍ରିମ ୧୬୦ଆର ୪ଭି ୧୦,୯୮୫
ଏକ୍ସଟ୍ରିମ୍ ୨୫୦ ଆର୍୧୪,୦୫୫ ଟଙ୍କା
ଏକ୍ସପଲ୍ସ ୨୧୦ ୧୪,୫୧୬ ଟଙ୍କା କମିବ
ସ୍ପ୍ଲେଣ୍ଡର ପ୍ଲସ୍ ,୮୨୦ ଟଙ୍କା
ସୁପର ସ୍ପେଣ୍ଡର ଏକ୍ସଟେକ ,୨୫୪ ଟଙ୍କା କମିବ
ସେହିପରି ସ୍କୁଟର ସେଗ୍‌ମେଣ୍ଟରେ
ପ୍ଲେଜର + ,୪୧୭ ଟଙ୍କା କମିବ
ଜୁମ ୧୧୦ ,୫୯୭ ଟଙ୍କା  କମିବ
ଜୁମ ୧୨୫ ,୨୯୧ ଟଙ୍କା  କମିବ
ଜୁମ ୧୬୦ ୧୧,୬୦୨ ଟଙ୍କା କମିବ

​​​​​​​

ଏଥର ପେଷ୍ଟିଭ ସିଜନରେ ହିରୋ ଜବରଦସ୍ଥ ଫାଇଦା କମାଇପାରେ। କାରଣ ହିରୋ ମୋଟୋକର୍ପ ସର୍ବାଧିକ ୧୫,୭୪୩ ଟଙ୍କା  ପର୍ଯ୍ୟନ୍ତ ଛାଡ଼ କରି ବାଇକ ବିକ୍ରି କରିବ। ତେଣୁ କମ୍ପାନୀର ଲୋକପ୍ରିୟ ମଡେଲଗୁଡ଼ିକ ଯେପରିକି Splendor+, Glamour, Passion+, Xtreme ସିରିଜ୍, Karizma, ଏବଂ Xpulse, ଏବଂ Destini, Pleasure+ ଏବଂ Xoom ଲୋକଙ୍କୁ ଖୁବ୍ ଆକର୍ଷିତ କରିପାରେ।