ନୂଆଦିଲ୍ଲୀ ୨୦/୦୯: ମହଙ୍ଗା ହେଲା H1B ଭିସା । ଟାରିଫ୍ ପରେ ଏବେ H-1B ଭିସାକୁ ନେଇ ଟ୍ରମ୍ପଙ୍କ ବଡ଼ ପ୍ରହାର । H-1B ଭିସା ନିୟମରେ ପରିବର୍ତ୍ତନ କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । H-1B ଭିସା ଆବେଦନ ପାଇଁ ବାର୍ଷିକ ୯୦ ଲକ୍ଷ ଅଧିକ ଫି' ଦେବାକୁ ପଡ଼ିବ । ଏହାଦ୍ବାରା ଭାରତୀୟମାନେ ସବୁଠୁ ଅଧିକ ପ୍ରଭାବିତ ହେବା ଆଶଙ୍କା । H-1B ଭିସା ସବୁଠୁ ଅଧିକ ଭାରତୀୟ ପ୍ରଫେସନାଲ୍ ପାଇଥାଆନ୍ତି । 

ସୂଚନା ଥାଉକି, ଆମେରିକା ରାଷ୍ଟ୍ରପତି ଡୋଲାଲଡ୍ ଟ୍ରମ୍ପ H-1B ଭିସା ନିୟମ ବଦଳାଇଦେଇଛନ୍ତି । ଏବେ  H-1B ଭିସା ଧାରକ ଆମେରିକାରେ ସିଧା ଅଣ-ଇମିଗ୍ରାଣ୍ଟ ଶ୍ରମିକ ରୂପେ ଏଣ୍ଟ୍ରି କରିପାରିବେ ନାହିଁ । ନୂଆ ଆବେଦନ ପାଇଁ ୧ଲକ୍ଷ ଡଲାର୍ ବା ଭାରତୀୟ ମୁଦ୍ରାରେ ୯୦ଲକ୍ଷ ଟଙ୍କାରୁ ଅଧିକ ଦେବାକୁ ପଡିବ । ଭାରତୀୟଙ୍କୁ ନେଉଥିବା ଆମେରିକୀୟ କମ୍ପାନୀ ପାଇଁ ଏହା ଅଧିକ ବୋଝ ପକାଇବ ।

ବଡ଼ ବଡ଼ ଟେକ୍ କମ୍ପାନୀ ପାଇଁ ଏହା ସମସ୍ୟା ସୃଷ୍ଟି କରିନପାରେ , କାରଣ ଟପ୍ ପ୍ରଫେସନାଲ୍ ଙ୍କ ପାଇଁ ଏସବୁ କମ୍ପାନୀ ଖର୍ଚ୍ଚ କରିପାରିବେ । କିନ୍ତୁ ଛୋଟ ଟେକ୍ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ଖମ୍ପାନୀ ଯେଉଁମାନେ ଭାରତୀୟଙ୍କୁ ନେବାକୁ ଚାହୁଁଥିବେ ସେମାନେ ସମସ୍ୟାର ସାମ୍ନା କରିବେ । H-1B ଭିସା ହାତେଇଥିବା ବ୍ୟକ୍ତିଙ୍କ ଭିତରେ ୭୧ ପ୍ରତିଶତ ହେଉଛନ୍ତି ଭାରତୀୟ ।  ତେଣୁ ଏହି ନୂଆ ନିୟମ ଦ୍ବାରା ଭାରତୀୟ ପ୍ରଫେସନାଲ୍ ମାନେ ସର୍ବାଦିକ ପ୍ରଭାବିତ ହେବେ ।