LIVE TV

ବିଜେଡିକୁ ଫେରିଲେ ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ, ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆଙ୍କ ବିଜୟ ପାଇଁ ସାହାଯ୍ୟ କରିବାକୁ ଦେଲେ ପ୍ରତିଶ୍ରୁତି

NEWS7
Ghasiram Majhi's nephew Bhanu Pratap Singh Majhi rejoins BJD.

ଭୁବନେଶ୍ବର: ବିଜେଡିକୁ ଫେରିଲେ ଘାସିରାମ ମାଝୀଙ୍କ ପୁତୁରା ଭାନୁପ୍ରତାପ ସିଂ ମାଝୀ। ଗୁରୁବାର ସେ ପୁଣି ବିଜେଡିରେ ସାମିଲ ହୋଇଛନ୍ତି। ଜଣେ ଦକ୍ଷ ଆଦିବାସୀ ନେତା ହେବା ସହ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନୂଆପଡ଼ାର ସଭାପତି ତଥା ବିଶିଷ୍ଟ ସମାଜସେବୀ ଭାବେ ଜିଲ୍ଲାରେ ସେ ଖୁବ୍ ପରିଚିତ।

ତେବେ ଭାନୁପ୍ରତାପଙ୍କୁ ପୁନଃ ଦଳରେ ସାମିଲ କରାଯିବାକୁ ବିଜେଡି ପକ୍ଷରୁ କୁହାଯାଇଛି ଯେ, ସେ ଆଜି ପୁଣି ଆମ ପରିବାରର ସଦସ୍ୟ ହେଲେ।ସେହିଭଳି ଭାନୁ ପ୍ରତାପ କହିଛନ୍ତି, ‘‘ପୂର୍ବରୁ ଜନତା ଦଳ ଥିବା ବେଳେ ବଡ଼ବାପା ଘାସିରାମ ମାଝୀଙ୍କ ସହ ମିଶି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିଛି ।ବ୍ୟକ୍ତିଗତ କଳହ ପାଇଁ ମୋତେ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ଏହି ନିଲମ୍ବନ ଉଠିଛି । ଏପର୍ଯ୍ୟନ୍ତ ମୁଁ ଆଉ କୌଣସି ଦଳରେ ସାମିଲ ହୋଇନଥିଲି। ନବୀନ ବାବୁ ଆଦିବାସୀଙ୍କ ପ୍ରଗତି କରିଛନ୍ତି । ଆଉ ଏହାର ନିଶ୍ଚିନ୍ତ ମାନ ରଖିବେ ନୂଆପଡ଼ାବାସୀ।’’

ସେ ଆହୁରି କହିଲେ ‘ନବୀନ ପଟ୍ଟନାୟକଙ୍କ ସହମତିରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ାର ମଙ୍ଗ ଧରିବା ପାଇଁ ଯେଉଁ ଦାୟିତ୍ଵ ଦିଆଯାଇଛି ତାହାକୁ ମୁଁ ଆଗକୁ ନେବି। ବିଜୁ ବାବୁ ନୂଆପଡ଼ାକୁ ଗଢ଼ିଥିଲେ ଆଉ ନବୀନ ବାବୁ ଏହାର ଉନ୍ନତି କରିଥିଲେ।’ ଏବେ ସମସ୍ତେ ବିଜୁ ବାବୁଙ୍କ ଶଙ୍ଖ ଚିହ୍ନରେ ମୋହର ମାରି ବିଜେଡିକୁ ନୂଆପଡ଼ାରେ ଜୟଯୁକ୍ତ କରିବୁ ବୋଲି ସେ କହିଛନ୍ତି।

​​​​​​​

ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଜେନା ପ୍ରମୁଖ ସାମିଲ ହୋଇ ଭାନୁ ପ୍ରତାପ ସିଂ ମାଝୀଙ୍କୁ ଦଳରେ ସାମିଲ କରାଇଛନ୍ତି ।