News7 Logo

ମହାନଦୀରେ ବିପଦ ନାହିଁ, ବୁଢ଼ାବଳଙ୍ଗ ଓ ଜଳକାରେ ୱାର୍ଣ୍ଣିଂ ଲେବଲ ବଢୁଛି

NEWS7
Suresh Pujari

ଭୁବନେଶ୍ବର ୨: ରାଜ୍ୟରେ ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣ ଅଛି । ୧ରୁ ୫ ତାରିଖ ଲଘୁଚାପ ସୃଷ୍ଟି ହେବ । ମଙ୍ଗଳବାର ସକାଳ ୫ଟା ୩୦ରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଦିଗରେ ଲଘୁଚାପ ସୃଷ୍ଟି ହୋଇଛି । ଓଡ଼ିଶାର ୩୦ ଜିଲ୍ଲାରେ ୪୦ରୁ ୪୫ କି.ମି. ପବନ ସହ ବର୍ଷା ହେବ । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଓ ଦେବଗଡ ଜିଲ୍ଲା ପାଇଁ ୱାର୍ଣ୍ଣିଂ ଜାରି ହୋଇଥିଲା । ଅଧିକ ବର୍ଷା ପାଇଁ ମାଲକାନଗିରି, ନୟାଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର ପାଇଁ ଓ୍ବାର୍ଣ୍ଣିଂ ଥିଲା । ଆଗୁଆ ସତର୍କତା ଥିଲା, ବର୍ଷା ପବନ ସବୁ ଜିଲ୍ଲାରେ ହେଉଛି । ୮ଟା ୩୦ ସୁଦ୍ଧା ମାତ୍ର ୧୫ ମିମି ବର୍ଷା ହୋଇଛି । କେନ୍ଦୁଝରରେ ୨୧୫ ମିମି ବର୍ଷା ରେକର୍ଡ ହୋଇଛି । ବିଭିନ୍ନ ନଦୀର ଜଳ ପତନ ବଢ଼ିବାରେ ଲାଗିଛି । କିନ୍ତୁ ବିପଦ ସଂକେତ ହୋଇନାହିଁ । ହୀରାକୁଦରେ ପାଣି ସଂରକ୍ଷଣ କରାଯାଉଛି ଗେଟ୍ ଖୋଲା ଯାଇନାହିଁ । ମହାନଦୀରେ ବିପଦ ନାହିଁ । ବୁଢ଼ାବଳଙ୍ଗରେ ୱାର୍ଣ୍ଣିଂ ଲେବଲ ବଢୁଛି, ଜଳକାରେ ବଢୁଛି । ୨ଟି ଜିଲ୍ଲା ବାଲେଶ୍ୱର ଓ ମାଲକାନଗିରି ବ୍ୟାପକ ପ୍ରଭାବିତ ହୋଇଛି । ମାଲକାନଗିରିରେ ବ୍ୟାପକ ବର୍ଷା ଯୋଗୁଁ ୨ଟି ବ୍ରିଜ୍ ଉପରେ ପାଣି ଯାଉଛି । ବାଲେଶ୍ୱର ପ୍ରଭାବିତ ହୋଇଛି । ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ବର୍ଷା, ପବନ ହେବ । ରିଲିଫ ସେଣ୍ଟରକୁ ଆଣିବା ସ୍ଥିତି ଉତ୍ପନ୍ନ ହୋଇନାହିଁ । ରିଲିଫ ପ୍ରସ୍ତୁତ ଅଛି । ଗାଁ ଛାଡି ରିଲିଫ ସେଣ୍ଟରକୁ ଆସନ୍ତୁ ସମସ୍ତ ସୁବିଧା ଦିଆଯିବ । କ୍ଷତିଗ୍ରସ୍ତ ହେଲେ ସରକାର କ୍ଷତିପୂରଣ ଦେବା ପାଇଁ ପ୍ରସ୍ତୁତ ବୋଲି ସୁରେଶ ପୂଜାରୀ କହିଛନ୍ତି ।