LIVE TV

ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଗୁଳିବର୍ଷା,; ୧୨ ପାକ୍ ସେନାଙ୍କ ମୃତ, ଅନେକ ଚେକ୍ ପଏଣ୍ଟ କବଜା କଲା ତାଲିବାନ

NEWS7
firing

ନୂଆଦିଲ୍ଲୀ ୧୨।୧୦; ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଘମାଘୋଟ ଲଢେଇ । ଆକ୍ରମଣର ବଦଲା ନେଲା ଆଫଗାସ୍ତାନ। ଖାଇବର ପଖତୁନୱାର୍ ଏବଂ ବେଲୁଚିସ୍ତାନର ପାକ୍-ଆଫଗାନ ସୀମାରେ ଆଖିବୁଜା ଗୁଳିମାଡ଼ । ପାକିସ୍ତାନ ସେନା ଓ ଆଫଗାନ ସେନା ମଧ୍ୟରେ ଜୋରଦାର ସଂଘର୍ଷ । ଏଥିରେ ୧୨ ଜଣ ପାକିସ୍ତାନ ସେନା ଜୀବନ ଚାଲିଯାଇଛି ।  ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସୀମା ପୋଷ୍ଟରେ ଗୁଳିଚାଳନା କରିଥିଲେ ଆଫଗାନ ସେନା। ପରେ ଆଫଗାନ ସୀମା ପୋଷ୍ଟକୁ ଟାର୍ଗେଟ କରିଥିଲେ ପାକିସ୍ତାନ ସେନା। କୁରାମ, ଚିତ୍ରାଲ, ବଜୌର, ଅଙ୍ଗୁର ଆଡ୍ଡା, ବାରମଚା ଭଳି ଗୁରୁତ୍ବପୂର୍ଣ୍ଣ ସୀମାରେ ଗୁଳି ବିନିମୟ ଜାରି ରହିଛି । ଦୁଇଟି ପାକିସ୍ତାନ ସେନା ପୋଷ୍ଟକୁ ଦଖଲକୁ ନେଇଛନ୍ତି ଆଫଗାନ ସେନା ।

ସୂଚନାନୁଯାୟୀ, ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଉତ୍ତେଜନା ଜାରି ରହିଛି। ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷରେ ୧୨ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବାବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ଏହା ବ୍ୟତୀତ ପାକିସ୍ତାନର ସାମରିକ ପ୍ରତିଷ୍ଠାନଗୁଡିକର ମଧ୍ୟ ବହୁ କ୍ଷୟକ୍ଷତି ଘଟିଛି । ଆଫଗାନିସ୍ତାନର ସୈନିକମାନେ ପାକିସ୍ତାନର ସୈନିକଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।

ଅନ୍ୟପଟେ ୯ ଅକ୍ଟୋବରରେ ପାକିସ୍ତାନ ଟିଟିପି ମୁଖ୍ୟ ନୁର ୱାଲି ମେହସୁଦଙ୍କୁ ଟାର୍ଗେଟ କରିଥିଲା ​​ଏବଂ ଆଫଗାନିସ୍ତାନର କାବୁଲ, ଖୋସ୍ତ, ଜଲାଲାବାଦ ଏବଂ ପାକଟିକାରେ ବିମାନ ଆକ୍ରମଣ କରିଥିଲା । ଆଫଗାନିସ୍ତାନ ପ୍ରତିଶୋଧ ପରାୟଣ ହୋଇ ୧୧ ଅକ୍ଟୋବରରେ ବିଳମ୍ବିତ ରାତିରେ ନାଙ୍ଗରହାର ଏବଂ କୁନାର ପ୍ରଦେଶରେ ଡୁରାଣ୍ଡ ରେଖା ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟ ଉପରେ ଆକ୍ରମଣ ଆରମ୍ଭ କରିଥିଲା । ଏହାରି ମଧ୍ୟରେ ଆଫଗାନୀମାନଙ୍କ ସାହସକୁ କମ୍ ଭାବିବା ଉଚିତ୍ ନୁହେଁ ବୋଲି ତାଲିବାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି କହିଥିଲେ ।