News7 Logo

ନକଲି ସୁନା ଦେଖାଇ ବିଶ୍ୱାସଭାଜନ ହେଲେ, ପରେ ଲୁଟିନେଲେ ୧୬ ଲକ୍ଷ

NEWS7
fake

ନୀଳଗିରି ୦୫/୦୯: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏବେ ନକଲି ସୁନା ବିସ୍କୁଟ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହାର ଚେର ଗଞ୍ଜାମ, କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲମ୍ବିଛି । ଲୋକଙ୍କୁ ବିଶ୍ୱାସ ଜନ୍ମାଇ ପିତଳ ପ୍ଲେଟରେ ସୁନାପାଣି ମଡ଼ାଇ ଏହାକୁ କାଟି ବିସ୍କୁଟ ଭଳି କରି ବେପାର କରାଯାଉଛି । ନୀଳଗିରି ଏନଏସି ରେ ଜଣେ ଯୁବକ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ବେପାର ବୃଦ୍ଧି କରିଛନ୍ତି ।

ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଧିନ ସେବକନଗର ଗ୍ରାମର କୃଷ୍ଣ ନାୟକ ଲୋଭରେ ପଡି ଧାର କରଜ କରି ବଡ଼ ଲୋକ ହେବା ଆଶାରେ ଶସ୍ତାରେ ସୁନା ବିସ୍କୁଟ ନେଵାକୁ ନୀଳଗିରି ଆସିଥିଲେ । ବାଣପୁର ଅଞ୍ଚଳର ବିଷ୍ଣୁ ମହାନ୍ତି ନାମକ ଯୁବକ ତାଙ୍କୁ ନକଲି ବିସ୍କୁଟ ଦେଖାଇ କିଛି ସ୍ଥାନରୁ ଡ୍ରିଲ କରି ଗୁଣ୍ଡ ପରୀକ୍ଷା କରିବାକୁ କୃଷ୍ଣ ନାୟକଙ୍କୁ ୬ ହଜାର ଟଙ୍କା ନେଇ ଗୁଣ୍ଡ ଦେଇଥିଲେ । ପରେ ସେ ଯାଇ ସୁନା ଦୋକାନରୁ ନେଇ ଗୁଣ୍ଡ ଗୁଡିକ ଅସଲି ସୁନା ବୋଲି ଜାଣିବା ପରେ ତାଙ୍କୁ ବିଶ୍ୱାସ ଆସିଥିଲା।

ଏହାପରେ ୧୬ ଲକ୍ଷ ଟଙ୍କା ନେଇ ନୀଳଗିରି ଆସିବା ପରେ ବିଷ୍ଣୁ ମହାନ୍ତି କିଛି ଯୁବକଙ୍କ ସାହାଯ୍ୟରେ ଟଙ୍କା ଛଡାଇ ଆଉ ବିସ୍କୁଟ ଦେଇନଥିଲେ।ଏପରିକି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏନେଇ  ଥାନାରେ ଅଭିଯୋଗ ପରେ ନୀଳଗିରି ପୋଲିସ ଖୋଳତାଡ଼ ଆରମ୍ବ କରିଥିଲା । ମୁଖ୍ୟ ଅଭିଯୁକ୍ତ କୁ ଧରିବା ସହ ଆଉ ଜଣେ ଅଭିଯୁକ୍ତ କୁ କେନ୍ଦ୍ରାପଡା ରୁ ଗିରଫ କରାଯାଇଥିଲା । ଏହାର ଚେର ସାରା ରାଜ୍ୟରେ ଲମ୍ବିଥିବା ବେଳେ କେନ୍ଦ୍ରାପଡା ର ୨ ଜଣ ଓ ନୀଳଗିରି ଅଞ୍ଚଳର ୫ଜଣ ଯୁବକ ଏହି ଘଟଣାର ସାମିଲ ଥିଲେ । ତେବେ ଗତକାଲି ରାତିରେ ଆଉ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି ଥିବାବେଳେ ୬୮ ହଜାର ଓ ଏକ ବାଇକ ଜବତ କରାଯାଇଛି। ଆହୁରି ତିନିଜଣ ଫେରାର ହୋଇଛନ୍ତି।