News7 Logo

ବିଭାଗ ଏହା ଉପରେ ତର୍ଜମା କରିବ, ଶିକ୍ଷକଙ୍କ ସ୍ୱାର୍ଥ ମଧ୍ୟ ଦେଖାଯିବ

NEWS7
Puri News

ଭୁବନେଶ୍ବର ୨: ସୁପ୍ରିମକୋର୍ଟଙ୍କ ରାୟ ଉପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି  TET  ପରୀକ୍ଷାକୁ ବାଧ୍ୟତାମୂଳକ କହିଛନ୍ତି । ବିଭାଗ ଏହା ଉପରେ  ତର୍ଜମା କରିବ । ଶିକ୍ଷକଙ୍କ ସ୍ୱାର୍ଥ ମଧ୍ୟ ଦେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି  । ଅନ୍ୟ ରାଜ୍ୟ ଗୁଡ଼ିକ  କ’ଣ ବିଚାର ବିମର୍ଶ କରୁଛନ୍ତି ତାକୁ ମଧ୍ୟ ନଜରରେ ରଖାଯିବ । ଅନେକ ଶିକ୍ଷକ ପୂର୍ବରୁ ବିନା OTETରେ  ଶିକ୍ଷକତା କରୁଛନ୍ତି କାରଣ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା । ଏବେ ଗାଇଡଲାଇନ  ହୋଇଛି  ତେଣୁ କ’ଣ  କରାଯାଇପାରିବ  ତାହା ଉପରେ ବିଭାଗ ଆଲୋଚନା କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।