ଭୁବନେଶ୍ବର ୨।୯: ସୁପ୍ରିମକୋର୍ଟଙ୍କ ରାୟ ଉପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି TET ପରୀକ୍ଷାକୁ ବାଧ୍ୟତାମୂଳକ କହିଛନ୍ତି । ବିଭାଗ ଏହା ଉପରେ ତର୍ଜମା କରିବ । ଶିକ୍ଷକଙ୍କ ସ୍ୱାର୍ଥ ମଧ୍ୟ ଦେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟ ରାଜ୍ୟ ଗୁଡ଼ିକ କ’ଣ ବିଚାର ବିମର୍ଶ କରୁଛନ୍ତି ତାକୁ ମଧ୍ୟ ନଜରରେ ରଖାଯିବ । ଅନେକ ଶିକ୍ଷକ ପୂର୍ବରୁ ବିନା OTETରେ ଶିକ୍ଷକତା କରୁଛନ୍ତି କାରଣ ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା । ଏବେ ଗାଇଡଲାଇନ ହୋଇଛି ତେଣୁ କ’ଣ କରାଯାଇପାରିବ ତାହା ଉପରେ ବିଭାଗ ଆଲୋଚନା କରିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
