ନୂଆପଡା ୧୧: ନୂଆପଡା ନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ସବୁଦଳର ପ୍ରାର୍ଥୀ ଓ ନେତାଙ୍କ ଜୋରଦାର କସରତ ଏହାସାଙ୍ଗକୁ ହେଭିଓ୍ବେଟ୍‌ଙ୍କୁ ମୈଦାନକୁ ଓହ୍ଲାଇ ଭୋଟ୍ ହାତେଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ ଏହାରି ଭିତରେ ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପନିର୍ବାଚନ ପାଇଁ ସ୍ଥାନୀୟ ଖୁଣ୍ଟିଆ ଭବନ ଠାରେ ଇସ୍ତାହାର ଉନ୍ମୋଚନ ହୋଇଛି

ଇସ୍ତାହାରରେ ନୂଆପଡା ପାଇଁ କଂଗ୍ରେସର ଅବଦାନ, ଣ ପ୍ରତିକାର ଆବଶ୍ୟକତା ଅଛି ତାକୁ ସ୍ଥାନ ଦିଆଯାଇଛି । ଦୀର୍ଘ ୪୦ ବର୍ଷ ରାଜନୈତିକ ଜୀବନରେ ସାଲିସ ମାଲିସ ବିହୀନ ସଂଗ୍ରାମ କରିଥିବା ଘାସିରାମ ଜୀବନ ଥିବା ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବେ ବୋଲି କହିଛନ୍ତି । ଇସ୍ତାହାରରେ କୃଷିର ଉନ୍ନତିକରଣ, ଦାଦନ ରୋକିବା ସହ ରୋଜଗାର ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି

​​​​​​​

ଶୀତଳ ଭଣ୍ଡାର ନିର୍ମାଣ, ପତୋରା ଓ ତିଖାଳି ଡ୍ୟାମ୍ ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୬୦ ପ୍ରତିଶତ ଜମିରେ ଜଳସେଚନ ପ୍ରତିଶ୍ରୁତି । ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଅଧିକାର ସହ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ଶିକ୍ଷକ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଡାକ୍ତର ପଦବୀ ପୂରଣ ଓ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ନେଇ ଇସ୍ତାହାରରେ ଉଲ୍ଲେଖ କରିଛି କଂଗ୍ରେସ

​​​​​​​

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।