LIVE TV

ସତ୍ୟବାଦୀରେ ଅଟକି ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ, ଦୋକାନୀଙ୍କ ସୁଖ ଦୁଃଖ ପଚାରି ବୁଝିଲେ

NEWS7
mohan majhi drink coconut water

ଭୁବନେଶ୍ୱର ୧୩/୧୦: ଦିନିକିଆ ପୁରୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ପୁରୀ ଯିବାବେଳେ ଅଟକିଥିଲେ ସତ୍ୟବାଦୀ ନିକଟରେ । ଗାଡି ଅଟକାଇ ପଇଡ ପିିଇଥିଲେ ମୁଖ୍ୟମନ୍ତ୍ରୀ । କେବଳ ଶୋଷ ମେଣ୍ଟାଇବାକୁ ପଇଡ଼ ପିଇନଥିଲେ ତ ଦୋକାନୀ ଶ୍ରୀଧରଙ୍କ ସହ ସୁଖଦୁଃଖ ହୋଇଥିଲେ ।

 

ମୁଖ୍ୟମନ୍ତ୍ରୀ କହିଥିଲେ କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି । କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି । ତେବେ ପଇଡ ପିିଇ ସାରି ମୁଖ୍ୟମନ୍ତ୍ରୀ କହିଥିଲେ ପଇଡ଼ ଭାରି ମିଠା ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ନେଇ ଛୁଟୁଛି ପ୍ରଶଂସା । କେହି କେହି କହୁଛନ୍ତି ସେ ଲୋକଙ୍କ ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । କାରଣ ପୂର୍ବରୁ ଏଇ କିଛି ଦିନ ତଳେ ଦୋକାନରୁ ଯାଇ ଚା' ପିଇଥିଲେ ମୁଖ୍ୟମନ୍ତ୍ରୀ । କିଛି ଲୋକଙ୍କ ସହ କଥା ହେବା ସହ ଦୁଃଖ ସୁଖ ହୋଇଥିଲେ ।