LIVE TV

କାହାର ହେବ ନୂଆପଡା ? ଗଡ ବଞ୍ଚାଇବାକୁ ବିଜେଡିର ରଣନୀତି

NEWS7
nuapada election

ନୂଆପଡା ୨୨/୧୦:  ନଭେମ୍ବର ୧୧ରେ ନୂଆ ନେତା ବାଛିବ ନୂଆପଡ଼ା । ୩ ଦଳର ଯୋଦ୍ଧା ପ୍ରସ୍ତୁତ । ମୈଦାନ ବି ପ୍ରସ୍ତୁତନୂଆପଡା ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ଲାଗୁଛି ଜବରଦସ୍ତ ହେବ ଲଢେଇ । କାହାର ହେବ ନୂଆପଡା । ବିଜେଡି ଗଡ ବଞ୍ଚାଇପାରିବ ନା ବାଜିମାତ୍‌ କରିବ ବିଜେପି ।  ସେପଟେ କଂଗ୍ରେସର ବିଧାୟକ ସଂଖ୍ୟା ବଢିବ କି ?  ବଢିଲାଣି ଚର୍ଚ୍ଚା । ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ଜୟ ଢୋଲକିଆ । ବିଜେଡିରୁ ସ୍ନେହାଙ୍ଗିନି ଛୁରିଆ । କଂଗ୍ରେସରୁ ଅଛନ୍ତି ଘାସିରାମ ମାଝୀ । ତା ପୂର୍ବରୁ ସେଠି ଡେରା ପକାଇଲେଣି ୩ ଦଳର ବରିଷ୍ଠ ନେତା । ଗଡ ବଂଚାଇବାକୁ ଜୋରଦାର ରଣନୀତି କରୁଛି ବିଜେଡି । ଗ୍ରାଉଣ୍ଡରେ କର୍ମୀ ସମ୍ମିଳନୀ କରି ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେଉଛି ଖସଡା । ନୂଆପଡା ବ୍ଲକ ଦାୟିତ୍ବରେ ଥିବା ଦେବଗଡ ବିଧାୟକ ରୋମାଞ୍ଚ ରଂଜନ ବିଶ୍ବାଳ, ସାଇପଲା ଓ ଦଲିମୁଣ୍ଡା ଗ୍ରାମପଞ୍ଚାୟତର ଲୋକଙ୍କୁ ନେଇ ହୋଇଛି ଘନ ଘନ ବୈଠକ । ଆଗକୁ ଗାଁ ଗାଁରେ ଦଳୀୟ ପ୍ରଚାରକୁ ଜୋରଦାର କରାଯିବ ।

ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଖାଲି ପଡିଥିଲା ପଦ । ଏବେ ନୂଆପଡାରେ ୪ ନମ୍ବର ଉପନିର୍ବାଚନ ଦେଖିବାକୁ ଯାଉଛି । ନଭେମ୍ବର ୧୪ରେ ନୂଆ ବିଧାୟକ ପାଇବ ନୂଆପଡା । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୬ ହଜାର । ତେବେ ନୂଆପଡା ଉପନିର୍ବାଚନ ପାଇଁ  ଚଳିତ ମାସ ୧୩ରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଅକ୍ଟୋବର ୨୦ ଥିଲା ନାମାଙ୍କନ ଦାଖଲର ଶେଷ ସମୟ । ଅକ୍ଟୋବର ୨୨ରେ ଯାଞ୍ଚ । ୨୪ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ  ।