News7 Logo

IAS ସ୍ତରରେ ଅଦଳବଦଳ, ବିଜୟ ଅମୃତ କୁଲାଙ୍ଗେ ହେଲେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ

NEWS7
ias

ଭୁବନେଶ୍ୱର ୧୨/୦୯: IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ ଦାୟିତ୍ୱ । ସେହିଭଳି ଅଞ୍ଜନା ପଣ୍ଡାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ପ୍ରେମଜିତ୍ ନାୟକ ST/SC ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ପି. ଅନ୍ୱେଷା ରେଡ୍ଡୀଙ୍କୁ IGR କଟକର ଅତିରିକ୍ତ ଦାୟିତ୍ୱ ମିଳିଛି ।  

IAS LETTER​​​​​​​

ସୂଚନା ଥାଉକି, ​​​​​​​​​​​​​​​​​​​​​ଆଇଏଏସ ବିଜୟ ଅମୃତ କୁଲାଙ୍ଗେଙ୍କୁ ପ୍ରାଣୀ ସମ୍ପଦ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ଦାୟିତ୍ବ ମିଳିଛି । ସେ ଓମଫେଡ୍‌ର ଅତିରିକ୍ତ ଦାୟିତ୍ବ ମଧ୍ୟ ତୁଲାଇବେ । ବିଜୟ ଅମୃତ କୁଲେଙ୍ଗେ ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ଏବଂ ବିଏମଲି କମିଶନର ଭାବେ ଦାୟିତ୍ବ ତୁଲାଇଥିଲେ । ଆଇଏଏସ ଅଞ୍ଜନା ପଣ୍ଡା ଆୟୁଷ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଆଇଏଏସ ପ୍ରେମଜିତ୍ ନାୟକଙ୍କୁ SC/ST ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଏବଂ  ପି. ଅନ୍ୱେଷା ରେଡ୍ଡୀଙ୍କୁ ଇନ୍ସପେକ୍ଟର ଜେନେରାଲ ରେଜିଷ୍ଟ୍ରେସନ କଟକର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।