LIVE TV

ଶୁକ୍ରବାରଠୁ ବାଲିଯାତ୍ରା ପ୍ଲଟ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ, ଜଣେ ବ୍ୟକ୍ତି ସର୍ବାଧିକ ୩ଟି ପ୍ଲଟ୍ ପାଇଁ କରିପାରିବେ ରେଜିଷ୍ଟ୍ରେସନ୍

NEWS7
Bali Yatra

କଟକ ୨୫।୯: ଚଳିତ ବର୍ଷ କେବଳ ତଳପଡିଆ ପାଇଁ ବାଲିଯାତ୍ରା ପ୍ଲଟ ବୁକିଂ ଆରମ୍ଭ କରିବ ଜିଲ୍ଲା ପ୍ରଶାସନ । ଗୁରୁବାର ସନ୍ଧ୍ୟାରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । କେବଳ ତଳ ପଡିଆରେ ୧୬ ଶହ ୭୦ଟି ପ୍ଲଟ୍ ବୁକିଂ ପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଜଣେ ବ୍ୟକ୍ତି ସର୍ବାଧିକ ତିନୋଟି ପ୍ଲଟ୍ ପାଇଁ ରେଜିଷ୍ଟ୍ରେସନ୍ କରିପାରିବେ ।
​​​​​​​

ଚଳିତ ବର୍ଷ ପ୍ରଥମ ଥର ପାଇଁ ଉଠା ବ୍ୟବସାୟୀ ମାନଙ୍କ ପାଇଁ ସ୍ବତନ୍ତ୍ର ପ୍ଲଟ୍ ବ୍ୟବସ୍ଥା କରାଯାଇଛି । ଉଠା ଦୋକାନୀ ମାନେ ୧୫ ଶହ ଟଙ୍କା ଦେଇ ପ୍ଲଟ୍ ବୁକିଂ କରିପାରିବେ । ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ ଅକ୍ଟୋବର ୧୩ ତାରିଖରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ସାଧାରଣ ବ୍ୟବସାୟୀଙ୍କ ପାଇଁ ପ୍ଲଟ୍ ପିଛା ପଞ୍ଜୀକରଣ ରାଶି ୫ ହଜାର ଟଙ୍କା ରହିଥିବା ବେଳେ ଦୋଳି ଓ ଅନ୍ୟାନ୍ୟ ଖେଳ ପାଇଁ ପଞ୍ଜୀକରଣ ରାଶି ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ନଭେମ୍ବର ୫ରୁ ୧୨ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ ।