LIVE TV

ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେପିର ବ୍ଲୁ-ପ୍ରିଣ୍ଟ, ବ୍ଲକ ଜଗିବେ ମନ୍ତ୍ରୀ-ବିଧାୟକ

NEWS7
BJP's blueprint for Nuapada by-election

ଭୁବନେଶ୍ବର: ନୂଆପଡ଼ା ଉପ ନିର୍ବାଚନ ପାଇଁ ବଡ଼ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି। ଦଳ ଏଯାଏ ପ୍ରାର୍ଥୀ ଘୋଷଣା କରିନଥିଲେ ବି, ନିର୍ବାଚନ ଜିତିବାକୁ ପୂରା ଦମ୍‌ରେ ପ୍ରସ୍ତୁତି ଜାରି ରଖିଛି। ତେବେ ଉପନିର୍ବାଚନକୁ ନେଇ ଦଳ ପ୍ରସ୍ତୁତ କରିଥିବା ବ୍ଲୁ- ପ୍ରିଣ୍ଟ୍ ବିଷୟରେ ସୂଚନା ଦେଇ ପୂର୍ବତନ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ବିଜେପି ବିଧାୟକ, ମନ୍ତ୍ରୀ ଓ ବରିଷ୍ଠନେତାମାନେ ମଣ୍ଡଳଠୁ ନେଇ ପଞ୍ଚାୟତ ଓ ବ୍ଲକ ଜଗିବେ । ପ୍ରତି ମଣ୍ଡଳ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ।

ସେ ଆହୁରି କହିଛନ୍ତି ମନ୍ତ୍ରୀଙ୍କ ଅଧୀନରେ ରହିବ ୬ ରୁ ୮ ପଞ୍ଚାୟତ। ପ୍ରତି ପଞ୍ଚାୟତ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ବିଧାୟକ ଓ ପୂର୍ବତନ ବିଧାୟକ। ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି। ଖାଲିସେତିକି ନୁହେଁ, ନୂଆପଡ଼ାରେ ପ୍ରଚାର ମଇଦାନକୁ ଓହ୍ଲାଇ ମାରଥନ ପ୍ରଚାର କରିବେ ମୁଖମନ୍ତ୍ରୀ। କେଉଁ ନେତା କେଉଁ ପଞ୍ଚାୟତ ଓ ମଣ୍ଡଳ ଦାୟିତ୍ବରେ ରହିବେ ତାର ତାଲିକା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

ସୂଚନାଥାଉକି, ଏହା ପୂର୍ବରୁ ସୋମବାର ନୂଆପଡ଼ା ଉପନିର୍ବାଚନ ପାଇଁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୋମବାର ଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୨୦ ତାରିଖ ଯାଏଁ ପ୍ରାର୍ଥୀପତ୍ର ଦାଖଲ, ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ଅକ୍ଟୋବର ୨୪ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୧୧ ତାରିଖରେ ମତଦାନ ଏବଂ ୧୪ରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ।