News7 Logo

ବିଜେଡିର ଆନ୍ଦୋଳନକୁ ବିପେଜିର କଟାକ୍ଷ : ଯିଏ ଆନ୍ଦୋଳନ କରେ କ’ଣ କୁହେ, ଯିଏ କୁହେ କରେ ନାହିଁ

NEWS7
Suresh Pujari

ଭୁବନେଶ୍ବର ୨: ବିଜେଡି ଆନ୍ଦୋଳନ ଚେତାବନୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜନୀତିରେ ଯିଏ ଯାହା ଦୃଷ୍ଟି କୋଣରେ କାମ କରନ୍ତି, ଯେଉଁମାନେ ନିଜ ଦଳକୁ ସଂଗଠିତ କରି ଆଗାମୀ ନିର୍ବାଚନ ଜିତିବେ ଆପତ୍ତି ନାହିଁ । ମୁଁ ଓ ଆମ ସରକାର ଓଡ଼ିଶାବାସୀଙ୍କ ସେବାରେ । ଏ ଆନ୍ଦୋଳନ କରିବା ପାଇଁ କ’ଣ ଆମେ ଅନୁମତି ଦେବୁ । ଯିଏ ଆନ୍ଦୋଳନ କରେ କ’ଣ କୁହେ । ଯିଏ କୁହେ କରେ ନାହିଁ । ନିର୍ବାଚନ ଛଡା ସେମାନେ କିଛି କରନ୍ତି କି ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

୨୦୨୪ରେ ଲୋକେ ସେମାନଙ୍କ ଅସଲ ଚେହେରା ଚାହିଁଲେ ଜବାବ ଦେବେ । ଓଡ଼ିଶାବାସୀ ବିପଦରେ ପଡିଲା ବେଳେ ଲୋକଙ୍କ କଥା ଚିନ୍ତା କର । ଆଗାମୀ ପଞ୍ଚାୟତ ନିର୍ବାଚନ କଥା ଚିନ୍ତା କରୁଛ ଚକା ଆଖି ସବୁ ଦେଖୁଛି ଭଗବାନ କେବେ କ୍ଷମା ଦେବେନି । ପାଣିରେ ବୁଡ଼େ ତଳକୁ ତଳକୁ ଯାଏ । କ୍ଷମତାରୁ ଗଲା ପରେ ରାତିରେ ନିଦ ହେଉନି । ଏମାନଙ୍କ ଲକ୍ଷ୍ୟ ନିର୍ବାଚନ । ଯେଉଁ ନିର୍ବାଚନ ଦିଶୁନାହିଁ ଏବଂ ନିର୍ବାଚନକୁ ଫେରିବାର ଲକ୍ଷ୍ୟ ଦିଶୁନାହିଁ ନିର୍ବାଚନ ଚିନ୍ତା କରୁଛନ୍ତି କରନ୍ତୁ ବୋଲି ସୁରେଶ ପୂଜାରୀ କହିଛନ୍ତି ।