LIVE TV

୪୮ ଛକା ମାରିଲେ ଦ୍ରାବିଡ଼ଙ୍କ ପୁଅ, ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଦାନ କରାଗଲା ଏହି ପୁରସ୍କାର

NEWS7
Anvay Dravid Honoured

​​​​​​​ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଓ୍ୱାଲ୍‌ ରାହୁଲ ଦ୍ରାବିଡ। ତାଙ୍କ ବ୍ୟାଟିଂ ଦକ୍ଷତାକୁ କିଏ ନ ଜାଣେ? କିନ୍ତୁ ଏବେ ତାଙ୍କ ପୁଅ ମଧ୍ୟ କମ୍ ନୁହେଁ। ଦ୍ରାବିଡଙ୍କ ସାନ ପୁଅ ଅନଭୟ ଅକ୍ଟୋବର 5 ତାରିଖରେ ଅନୁଷ୍ଠିତ KSCA ବାର୍ଷିକ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଛି। ଅନଭୟ ଦ୍ରାବିଡ କ୍ରିକେଟ୍ କ୍ଷେତ୍ରରେ ତାଙ୍କର ଦୃଢ଼ ପ୍ରଦର୍ଶନ ପାଇଁ ଏହି ସମ୍ମାନ ପାଇଛନ୍ତିKSCA ଦ୍ୱାରା ବାର୍ଷିକ ପୁରସ୍କାର ଉତ୍ସବରେ ତାଙ୍କୁ 16 ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ କର୍ଣ୍ଣାଟକ ପାଇଁ ସର୍ବାଧିକ ରନ ସ୍କୋର କରିବା ପାଇଁ ସମ୍ମାନିତ କରାଯାଇଛି

ଅନଭୟ ଦ୍ରାବିଡଙ୍କୁ KSCA ଦ୍ୱାରା ଏହି ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା ସେ 459 ରନ କରିଥିଲେ ଯେଉଁଥିରେ ୪୮ ଛକା ଏବଂ ଚୌକା ରହିଛି। ଅନଭୟ ଏହି ରନ ଛଅଟି ମ୍ୟାଚ ଇନିଂସରେ ୯୧.୮୦ ହାରାହାରିରେ କରିଥିଲେ ଥିରେ ଦୁଇଟି ଶତକ ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ, ସେ ୪୬ ଚୌକା ଏବଂ ଛକା ମାରିଥିଲେ। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ କର୍ଣ୍ଣାଟକ ପାଇଁ ଅନଭୟ ଦ୍ରାବିଡ ସର୍ବାଧିକ ରନ୍ ସ୍କୋରର। ଏହା ବ୍ୟତୀତ, ତାଙ୍କର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଆଭରେଜ୍‌ ମଧ୍ୟ ଅଛି।

କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ବାର୍ଷିକ ପୁରସ୍କାର ଉତ୍ସବରେ ରାହୁଲ ଦ୍ରାବିଡଙ୍କ ପୁଅ ବ୍ୟତୀତ, ମୟଙ୍କ ଅଗ୍ରୱାଲ ଏବଂ ଆର. ସ୍ମରନଙ୍କୁ ସମ୍ମାନିତ କରାଯାଇଥିଲା। ମୟଙ୍କ ଅଗ୍ରୱାଲ ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକର ପ୍ରମୁଖ ରନ୍ ସ୍କୋରର ହେବା ପାଇଁ ପୁରସ୍କାର ପାଇଛନ୍ତି। ସେ ୬୫୧ ରନ୍ ସଂଗ୍ରହ କରିଥିଲେ। ଯୁବ ଖେଳାଳି ଆର. ସ୍ମରନଙ୍କୁ ରଣଜୀ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା। ବାମହାତୀ ବ୍ୟାଟସମ୍ୟାନ ସ୍ମରନ୍ ଦୁଇଟି ଶତକ ୫୧୬ ରନ କରିଥିଲେ।

କର୍ଣ୍ଣାଟକ ୱିକେଟକିପର-ବ୍ୟାଟସମ୍ୟାନ୍ କେଏଲ ଶ୍ରୀଜିତଙ୍କୁ ମଧ୍ୟ କେଏସସିଏ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଥିଲା। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ସର୍ବାଧିକ ରନ ସ୍କୋର କରିବା ପାଇଁ ଏହି ପୁରସ୍କାର ପାଇଥିଲେ।