News7 Logo

୬ ବର୍ଷ ବିବାହ ପରେ ମାଆ ହେଲେ ଅଭିନେତ୍ରୀ, ଘରକୁ ଆସିଲା କୁନି ରାଜ କୁମାର

NEWS7
Rohit Purohit

ମୁମ୍ବାଇ : ଟିଭି ଦୁନିଆର ଲୋକପ୍ରିୟ କଳାକାର ଅଭିନେତା ରୋହିତ ପୁରୋହିତ ଏବଂ ଅଭିନେତ୍ରୀ ଶୀନା ବଜାଜ। ନିଜର ଦମଦାର  ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟିଥାନ୍ତି। ଦୁହେଁ ଟିଭିର ପ୍ରସିଦ୍ଧ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏବେ ଉଭୟ ଦେଇଛନ୍ତି ଖୁସି ଖବର। ପ୍ରାୟ ୬ବର୍ଷ ବିବାହ ପରେ, ରୋହିତ ଏବଂ ଶୀନା ସେମାନଙ୍କ ଘରକୁ ନୂଆ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଦମ୍ପତି ସୋସିଆଲ ମିଡିଆରେ ରାଜକୁମାର ଆସିବାର ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।

ଦମ୍ପତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଇଏ ପୁଅ, ଅର୍ଥାତ ପୁଅ ହୋଇଛି। ସମସ୍ତଙ୍କ ପ୍ରେମ, ସମର୍ଥନ ଏବଂ ଆଶୀର୍ବାଦ ପାଇଁ ବହୁତ ବହୁତ ଧନ୍ୟବାଦ।' କେବଳ ଏତିକି ନୁହେଁ, ଶୀନା ଏବଂ ରୋହିତ ଫଟୋ ସେୟାର କରି ସେମାନଙ୍କ ପୁଅର ଏକ ସାମାନ୍ୟ ଝଲକ ମଧ୍ୟ ସେୟାର କରିଛନ୍ତି। ଉଭୟଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟିଭି ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୋ ୟେ ରିସ୍ତା କ୍ୟା କେହଲାତା ହୈ’ର ରୋହିତ ଲେଖିଛନ୍ତି, 'ଶୀନା ଏବଂ ରୋହିତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ପରମେଶ୍ୱର ପିଲାଟିକୁ ଆଶୀର୍ବାଦ ଦିଅନ୍ତୁ। ରୋହିତ ପୁରୋହିତଙ୍କ ଅନସ୍କ୍ରିନ୍ ଝିଅ ଉର୍ଭା ରୁମାନି ଲେଖିଛନ୍ତି, 'ମୋର ନାୟକ ଏବଂ ନାୟିକାଙ୍କୁ ବହୁତ ଭଲପାଇବା।' ଟିଭି ଅଭିନେତା ହିତେଶ ଭରଦ୍ୱାଜ ଲେଖିଛନ୍ତି, 'ଭାଇଙ୍କୁ ଅଭିନନ୍ଦନ'।

ସୂଚନାନୁସାରେ 2012ରେ ଟିଭି ଶୋ 'ଅର୍ଜୁନ' ସେଟରେ ଶୀନା ଏବଂ ରୋହିତ ପ୍ରଥମ ଥର ହୋଇଥିଲେ। ଯେଉଁଠାରେ ସେମାନଙ୍କର ଦୀର୍ଘ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଅନେକ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ, ଉଭୟ 22 ଜାନୁଆରୀ 2019 ରେ ରାଜସ୍ଥାନରେ ବିବାହ କରିଥିଲେ। ଏବେ ପ୍ରାୟ 6ବର୍ଷ ପରେ, ଉଭୟ ମାଆ ବାପା ହେବାର ସୌଭାଗ୍ୟ ପାଇଛନ୍ତି।