କେନ୍ଦ୍ରାପଡ଼ା ୧୦: ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ । ମାମଲାର ବିଚାର କରି ଅଭିଯୁକ୍ତ ତପନ ବେହେରାଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡା ଏଡିଜେ ଫାଷ୍ଟ ଟ୍ରାକ୍ କୋର୍ଟ l

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ଅଭିଯୁକ୍ତ ତପନ ତାଙ୍କ ପଡୋଶୀ ଦିବ୍ୟାଙ୍ଗ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିବା ପାଟକୁରା ଥାନାରେ ଅଭିଯୋଗ ହୋଇଥିଲା l ଘଟଣାର ବିଚାର କରି ୧୦ଜଣ ସାକ୍ଷୀଙ୍କ ବୟାନ ଆଧାରରେ ରାୟ ପ୍ରକାଶ ପାଇଛି l ଦୋଷୀ ସାବ୍ୟସ୍ତ ହୋଇଥିବା ତପନ ବେହେରାଙ୍କୁ ୨୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଥିବା ବେଳେ ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି l