LIVE TV

ସେ କଷ୍ଟରେ ଥିଲେ , ତାଙ୍କୁ ମୁକ୍ତି ଦେଇ ଦେଲି ... ମାଆ–ବାପାଙ୍କୁ ମାରି ପୋତି ଦେଇଥିବା କହିଲା ପୁଅ

NEWS7
Lorenz Kraus

ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟକର ଘଟଣାକ୍ରମରେ ୫୩ ବର୍ଷିୟ ଜଣେ ବ୍ୟକ୍ତି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏହି ବ୍ୟକ୍ତିଙ୍କର କହିବାନୁସାରେ, ସେ ତାଙ୍କର ମାତା-ପିତାଙ୍କୁ ହତ୍ୟା କରି ମୃତଦେହକୁ ଘର ପଛରେ ପୋତି ଦେଇଛନ୍ତି। ଏହି କଥା ସେ ଏକ ଟିଭି ଇଣ୍ଟରଭ୍ୟୁରେ କହିଛନ୍ତି। ଇଣ୍ଟରଭ୍ୟୁ ଦେବାକୁ ସେ ନିଜେ ହିଁ ରିପୋର୍ଟରଙ୍କୁ ଡାକିଥିଲେ। ତାଙ୍କର ସ୍ୱୀକାରୋକ୍ତିର ଏହି ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ନିଜର ମାତା-ପିତାଙ୍କ ହତ୍ୟାର କଥା ସ୍ୱୀକାର କରିବା ବେଳେ ତାଙ୍କ ମୁହଁରେ ଟିକିଏ ବି ପଶ୍ଚାତାପର ଭାବ ନଥିଲା। ଏହାର କାରଣ ସେ କହୁଛନ୍ତି ଯେ,ତାଙ୍କର ପିତାମାତା ଖୁବ୍‌ କଷ୍ଟରେ ଥିଲେ। ତାଙ୍କୁ ମୃତ୍ୟୁ ଦେଇ ସେ ତାଙ୍କର ପୁଅ ହେବାର ଦାୟିତ୍ୱ ପୂରା କରିଛନ୍ତି।

ଏହି ଘଟଣାଟି ଆମେରିକାରେ ଘଟିଛି।ଏଠାରେ ଅଲବାନୀରେ ରହୁଥିବା ୫୩ ବର୍ଷିୟ ଲୋରେଞ୍ଜ କ୍ରାସ ନିଜେ ଏକ ସ୍ଥାନୀୟ ମିଡ଼ିଆ ସିବିଏସ ୬କୁ ଡକାଇ ଥିଲେ। ଏହାପରେ ସେ ଇଣ୍ଟରଭ୍ୟୁ ଦେବା କଥା କହିଥିଲେ। ଏହି ଇଣ୍ଟରଭ୍ୟୁରେ ଲୋରେଞ୍ଜ ସ୍ୱୀକାର କରିଛନ୍ତି ଯେ,ସେ ନିଜର ପିତାମାତା ଫ୍ରେଞ୍ଜ ଓ ଥେରେସିଆ କ୍ରାସ୍‌ଙ୍କୁ ମାରି ଦେଇଛି। ନ୍ୟୁଜ୍‌ ଆଙ୍କର ଗ୍ରେଗ୍‌ ଫ୍ଲଏଡଙ୍କ ସହ ଇଣ୍ଟରଭ୍ୟୁରେ ଲୋରେଞ୍ଜଙ୍କ ସ୍ୱୀକାରୋକ୍ତିର ଏହି ଭିଡ଼ିଓ ଦେଖୁ ଦେଖୁ ଭାଇରାଲ ହୋଇଯାଇଛି। ଏହି ଇଣ୍ଟରଭ୍ୟୁରେ ଲୋରେଞ୍ଜ କହିଛନ୍ତି ଯେ,ମୁଁ ନିଜର ମାତାପିତାଙ୍କ ପ୍ରତି ନିଜର କର୍ତ୍ତବ୍ୟର ନିର୍ବାହ କରିଛି। ତାଙ୍କର ଯନ୍ତ୍ରଣାକୁ ନେଇ ମୁଁ ଚିନ୍ତିତ ଥିଲି। କ୍ରାସ୍ କହିଛନ୍ତି ତାଙ୍କର ମାଆ ସଡ଼କ ପାର୍ ହେବା ବେଳେ ଖସି ପଡ଼ିଥିଲେ ଏବଂ ଆହତ ହୋଇ ଯାଇ ଥିଲେ। ଏହା ବ୍ୟତୀତ ମୋତିଆବିନ୍ଦୁ ଅପରେସନ ପରେ ତାଙ୍କର ପିତା ଡ୍ରାଇଭ୍‌ କରିବାରେ ଅକ୍ଷମ ହୋଇଯାଇ ଥିଲେ।

ଏହାପରେ ଲୋରେଞ୍ଜ କ୍ରାସ ଯାହା କହିଥିଲେ ତାହା ଖୁବ୍‌ ହୃଦୟ ବିଦାରକ ଥିଲା। ସେ କହିଥିଲେ- ତାଙ୍କର ପିତାମାତାଙ୍କୁ ଘର ପଛପଟରେ ପୋତି ଦେଇଛନ୍ତି। ଏହା ମଧ୍ୟ କହିଥିଲେ ଯେ, ଦୁହିଁଙ୍କୁ କେମିତି ମୃତ୍ୟୁ ଶଯ୍ୟାରେ ଶୁଆଇ ଥିଲେ।ଇଣ୍ଟରଭ୍ୟୁ କରୁଥିବା ବ୍ୟକ୍ତି ତାଙ୍କୁ ପଚାରି ଥିଲେ ସେ ପ୍ରଥମେ କାହାକୁ ମାରିଥିଲେ? ସେ ଉତ୍ତରରେ କହିଥିଲେ ପ୍ରଥମେ ପିତାଙ୍କୁ ମାରି ଦେଇଥିଲେ। ତାଙ୍କ କହିବା ମୁତାବିକ ସେ ହାତରେ ପିତାଙ୍କ ବେକକୁ ଚିପି ଦେଇଥିଲା। ଏହାପରେ କିଛି ସମୟ ଯାଏ ତାଙ୍କର ମାଆ ସେଠାରେ ଥିଲେ। ପରେ ଏକ ରଶିରେ ମାଆଙ୍କର ବେକକୁ ବି ଚାପି ତାଙ୍କୁ ମାରି ଦେଇଥିଲେ। ଏହି କଥା କହିଲା ବେଳେ ଲୋରେଞ୍ଜ ଟିକିଏ ବି ବିଚଳିତ ହେବାର ନଜର ଆସୁ ନଥିଲେ।

ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଯେ, ପଡୋଶୀଙ୍କୁ ଜଣାପଡ଼ି ନଥିଲାଯେ, କ୍ରାସ୍‌ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇ ସାରିଛି। ଲୋକେ ଭାବି ଥିଲେ ଯେ, ସେ ଦୁହେଁ ଏବେ ଜର୍ମାନୀରେ ରହିବାକୁ ଚାଲିଗଲେ। ଗତ ଦିନରେ ଯେବେ ହଠାତ୍‌ ରାସ୍ତାରେ ପୁଲିସ ଠିଆ ହେଲା , ସେତେବେଳେ ଲୋକେ ଏ ବିଷୟରେ ଜାଣିବାକୁ ପାଇଲେ। ପୁଲିସ ଲୋରେଞ୍ଜଙ୍କ ଘର ଖୋଳେଇବାକୁ ଲୋକ ଡାକିଲେ। ସେଠାରୁ ଲୋରେଞ୍ଜଙ୍କ ପିତାମାତାଙ୍କ ଶରୀରର ଅବଶେଷ ମିଳିଲା। ସେଠାରେ,ଇଣ୍ଟରଭ୍ୟୁ ପରେ ପରେ ଲୋରେଞ୍ଜଙ୍କୁ ଗିରଫ କରି ନିଆ ଯାଇଥିଲା।