LIVE TV

କଟକର ଐତିହ୍ୟକୁ କେବେ ବି କ୍ଷତି ପହଞ୍ଚାଇବାକୁ ଦିଆଯିବନି, ଗୁରୁବାର ସକରାତ୍ମକ ନିଷ୍ପତ୍ତି ହୋଇପାରେ

NEWS7
Pravati Parida

କଟକ ୨୪।୯: କଟକ ଉପର ବାଲିଯାତ୍ରା ପଡିଆରେ ଜିଲ୍ଲା ପ୍ରଶାସନର ବାଲିଯାତ୍ରା ନ କରିବା ନିଷ୍ପତ୍ତିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ବୁଧବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

କଟକରେ ଆୟୋଜିତ ଶାରଦୀୟ ବନ୍ଧୁ ମିଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି । କଟକର ଐତିହ୍ୟକୁ କେବେ ବି କ୍ଷତି ପହଞ୍ଚାଇବାକୁ ଦିଆଯିବ ନାହିଁ । ହୁଏତ ଏନେଇ ଗୁରୁବାର ଏକ ସକରାତ୍ମକ ନିଷ୍ପତ୍ତି ହୋଇପାରେ ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।