LIVE TV

ଇସ୍ପାତ କାରଖାନା ଛାତ ଭୁଶୁଡ଼ି ୬ ମୃତ ୬ ଆହତ: ଉଦ୍ଧାର କାର୍ଯ୍ୟ ଜାରି

NEWS7
steel plant structure collapses in Chhattisgarh

ନୂଆଦିଲ୍ଲୀ: ଛତିଶଗଡ଼ର ରାଜଧାନୀ ରାୟପୁରରେ ଶୁକ୍ରବାର ଏକ ଘରୋଇ ଇସ୍ପାତ କାରଖାନାର ଏକ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ଛଅ ଜଣ ଆହତ ହୋଇଥିବା ପୋଲିସ କହିଛି। ସହର ଉପକଣ୍ଠ ସିଲତାରା ଅଞ୍ଚଳରେ ଥିବା ଗୋଦାବରୀ ଇସ୍ପାତ ଲିମିଟେଡର ପ୍ଲାଣ୍ଟରେ ଏହି ଘଟଣା ଘଟିଛି। ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

ପୁଲିସ ଅଧିକାରୀ କହିଛନ୍ତି ଏ ବିଷୟରେ ସୂଚନା ପାଇବା ପରେ, ଏକ ପୋଲିସ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।

ଘଟଣା ନେଇ ରାୟପୁର ଏସ୍‌ପି ଉମେଦ ସିଂହ କହିଛନ୍ତି ଗୋଦାବରୀ ଇସ୍ପାତରେ ଛାତ ଭୁଶୁଡ଼ି ପଡ଼ିବା ତଳେ କିଛି ଶ୍ରମିକ ଫସି ରହିଥିବା ସୂଚନା ଆମେ ପାଇଲୁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଛଅ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଏବଂ ଛଅ ଜଣ ଆହତଙ୍କୁ ଡାକ୍ତରଖାନା ପଠାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆହତ ଶ୍ରମିକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାରଖାନାର ଛାତ ଭୁଶୁଡ଼ି ପଡ଼ିବା ବେଳେ ସେଠାରେ ଲୋକ କାମ କରୁଥିଲେ। ତେଣୁ ଅଧିକ ଲୋକ ଫସି ଥାଇପାରନ୍ତ ବୋଲି ଆକଳନ କରାଯାଉଛି। ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଅଧିକାରୀ