ମଧୁବାବୁଙ୍କ ଜନ୍ମପୀଠରେ ଭିକେ ପାଣ୍ଡିଆନ, ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ସଂଗ୍ରହାଳୟ ପରିଦର୍ଶନ କଲେ

Published By : Prameya-News7 Bureau | April 28, 2024 IST

ଭୁବନେଶ୍ୱର: ଉତ୍କଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅବସରରେ 5T ଅଧକ୍ଷ ଭିକେ ପାଣ୍ଡିଆନ ରବିବାର ଅପରାହ୍ନରେ ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ଗସ୍ତକରି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହାପରେ ସେ ମଧୁବାବୁଙ୍କ ଜନ୍ମପୀଠରେ କରାଯାଇଥିବା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ମଧୁବାବୁଙ୍କ ମହାନତା ବିଷୟରେ ଆଲୋଚନା କରିଥିଲେ | ମଧୁବାବୁଙ୍କ ଜନ୍ମପୀଠର ବିକାଶ କାମ ଏବଂ ସତ୍ୟଭାମାପୁର ଯୁବ ସମାଜ ପାଇଁ ଏକ ପ୍ରେରଣା ସ୍ଥଳ ପାଲଟିଥିବାରୁ ସେମାନେ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ | 

ଉଲ୍ଲେଖଯୋଗ୍ୟ, 5T  ଅଧ୍ୟକ୍ଷ ଗତ ବର୍ଷ ସତ୍ୟଭାମାପୁର ଗସ୍ତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ ୨୩ କୋଟି ଟଙ୍କାର ବ୍ୟୟ ଅଟକଳରେ ମଧୁବାବୁ   ଜନ୍ମପୀଠ ଓ ସଂଗ୍ରହାଳୟର ବିକାଶ ପ୍ରକଳ୍ପ ମଞ୍ଜୁର କରିଥିଲେ | ଓଡ଼ିଆ ଜାତିର ଏହି ମହାନ ଐତିହ୍ୟ ପୀଠ ସମଗ୍ର ଓଡ଼ିଶାର ଗୌରବ ପାଲଟିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.