ସମ୍ ନର୍ସିଂ କଲେଜ ପକ୍ଷରୁ ଆନ୍ତର୍ଜାତୀକ ସେବିକା ଦିବସ ପାଳିତ

Published By : Prameya-News7 Bureau | May 14, 2024 IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ପକ୍ଷରୁ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି । ଆଧୁନିକ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ଜନ୍ମ ବାର୍ଷିକୀ ଉପଲକ୍ଷେ ଏହି ଦିବସକୁ ପାଳନ କରାଯାଇଥାଏ । 

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନର୍ସମାନଙ୍କ ଦ୍ୱାରା ସଂପାଦିତ ହେଉଥିବା ରୋଗୀ ସେବା ଓ ରୋଗୀମାନେ କିଭଳି ସେମାନଙ୍କ ଉପରେ ନିର୍ଭର କରନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ । 

ଏହି ପରିପ୍ରେକ୍ଷୀରେ ସୋମି ଓଡ଼ିଶା ଶାଖାର ସମ୍ପାଦିକା ପ୍ରଫେସର ଅମ୍ରିତା ଲେଙ୍କା ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ଏହି ମହତ୍ ସେବା ବିଷୟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । 

କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସିର ଆସୋସିଏଟ୍ ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଡିସ୍ନାଲ୍ ଡିନ୍ (ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଂଟ) ପ୍ରଫେସର ତପତି ଶାହା ଚଳିତ ବର୍ଷର ପ୍ରସଙ୍ଗ “ଆୱାର ନର୍ସେସ୍‌, ଆୱାର ଫ୍ୟୁଚର, ଦ ଇକୋନୋମିକ ପାୱାର ଅଫ୍ କେୟାର” ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଏକ ଆଲୋଚନାର ମଧ୍ୟ ଆୟୋଜନ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.