ସୋର ୧୪।୫: ବଦଳିଲା ସୋରର ବିଜେପି ବିଧାୟକ ପ୍ରାର୍ଥୀ, ଆଉ ବଳି ପଡିଲେ ରାଜୁ ଦାସ । ବହୁ ପୂର୍ବରୁ ବିଜେପି ସୋର ବିଧାନସଭା ଆସନ ପାଇଁ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା । ତେବେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଜେପି ପର୍ଶୁରାମ ଧଡାଙ୍କୁ ସୋରରୁ ପ୍ରାର୍ଥୀ କରିଛି । ପର୍ଶୁରାମ ଧଡା ନୋମିନେସନ କରିବା ଆଗରୁ ରାଜେନ୍ଦ୍ର ଦାସ ଆସି ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ନୋମିନେସନ କରିସାରିଥିଲେ । ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ସ୍ପଷ୍ଟ କରିଥିଲେ ଯେ ସୋରର ବିଜେପି ବିଧାୟକ ପ୍ରାର୍ଥୀ ହେଉଛନ୍ତି ପର୍ଶୁରାମ ଧଡା ।
ସେହିପରି ୨୦୧୯ ନିର୍ବାଚନରେ ସୋରରୁ ବିଜେପି ପ୍ରାର୍ଥୀ ହୋଇଥିବା ରାକେଶ ମଲ୍ଲିକ ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
You Can Read :