ଦ୍ଵିତୀୟ ପର୍ଯ୍ୟାୟରେ ୮୭ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା, ୯୫ ଜଣ କୋଟିପତି: ADR ରିପୋର୍ଟ

Published By : Prameya-News7 Bureau | May 14, 2024 IST

ଭୁବନେଶ୍ଵର: ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଚାଲିଛି ଜୋରଦାର ପ୍ରଚାର। ଏହା ମଧ୍ୟରେ ପ୍ରାର୍ଥୀଙ୍କ ଆସିଛି ଏଡିଆର ରିପୋର୍ଟ। ଏଡିଆର ଅନୁଯାୟୀ, ୩୫ ବିଧାନସଭାରେ ୨୬୫ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଥିରୁ କେତେ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି, କାହାର ସଂପତ୍ତି କେତେ ଓ ପ୍ରାର୍ଥୀଙ୍କ ଶିକ୍ଷାଗତ ଏସବୁ ବିଷୟରେ ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି। ରାଉରକେଲା  ବିଜେପି ବିଧାୟକ ପ୍ରାର୍ଥୀ ଦିଲୀପ ରାୟ ସବୁଠୁ ଧନୀ ପ୍ରାର୍ଥୀ। 

୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ  ୮୭ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କ ନାମରେ ଗୁରୁତର ଅପରାଧ ରହିଥିବା ବେଳେ ୫ ଜଣଙ୍କ ନାମରେ ହତ୍ୟା ଅଭିଯୋଗ ମାମଲା ରହିଛି ।  ୧୬  ଜଣ ହତ୍ୟା ଉଦ୍ୟମ ମାମଲାରେ ଜଡିତ ଥିବା ବେଳେ  ୧୧ ଜଣ ମହିଳା ସମ୍ପର୍କିତ ମାମଲାରେ ଜଡିତ । ଦଳଭିତ୍ତିିକ ଦେଖିଲେ ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ପର୍ଯ୍ୟାୟରେ ୪ ଜଣ ଅପରାଧିକ ପୃଷ୍ଠ ଭୂମି ଥିବା ବ୍ୟକ୍ତି ପ୍ରାର୍ଥୀ ହୋଇଛନ୍ତି ।

Also read: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଫେକ୍ ଫଟୋ ଭାଇରାଲ୍, ସ୍ବର୍ଗତ ଦାମ ରାଉତଙ୍କ ଫଟୋ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ ଲଗାଯାଇଥିବା ଅଭିଯୋଗ

ଏହି ପର୍ଯ୍ୟାୟରେ ୨୬୫ ଜଣଙ୍କ ମଧ୍ୟରୁ ୯୫ ଜଣ କୋଟିପତି ପ୍ରାର୍ଥୀ ରହିଛନ୍ତି । ଏମାନଙ୍କୁ ମଧ୍ୟରୁ ରାଉରକେଲା  ବିଜେପି ବିଧାୟକ ପ୍ରାର୍ଥୀ ଦିଲୀପ ରାୟ ସବୁଠୁ ଧନୀ । ଦିଲ୍ଲୀପଙ୍କ ୩୧୩3 କୋଟିରୁ ଅଧିକ ସମ୍ପତ୍ତି ରହିଥିବା ବେଳେ  ଦ୍ଵିତୀୟ ଧନୀ ପ୍ରାର୍ଥୀ ଭାବେ କଳିକେଶ ନାରାୟଣ ସିଂଦେଓ ରହିଛନ୍ତି । ତାଙ୍କର ୭୩ କୋଟିରୁ ଉର୍ଦ୍ଧ୍ଵ ସ୍ଥାବର ଅସ୍ଥାବର ସମ୍ପତି ରହିଛି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପର୍ଯ୍ୟାୟରେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କର ସମ୍ପତି ୭୧ କୋଟି ଟଙ୍କା ରହିଛି । ଏହି କ୍ରମରେ ବୌଦ୍ଧରୁ ସ୍ଵାଧୀନ ପ୍ରାର୍ଥୀ ହୋଇଥିବା ସବୁଠୁ ଗରିବ ପ୍ରାର୍ଥୀ । ତାଙ୍କର ସ୍ଥାବର ଅସ୍ଥାବର୍ ସମ୍ପତି ମାତ୍ର ୭ ହଜାର ଟଙ୍କା । ଏହି କ୍ରମରେ ୧୦ ଜଣ ଗରିବ ପ୍ରାର୍ଥୀ ରହିଛନ୍ତି । 

୨୬୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୩ ଜଣ ସ୍ନାତକ ଡିଗ୍ରୀଧାରୀ ରହିଥିବା ବେଳେ ୩୪  ଜଣ ପ୍ରାର୍ଥୀ ସ୍ନାତକ ସହ ପ୍ରଫେସନାଲ କୋର୍ସ କରିଥିବା ପ୍ରାର୍ଥୀ ରହିଛନ୍ତି । ୩୧ ଜଣ ପ୍ରାର୍ଥୀ ସ୍ନାତ୍ତକୋତର ପ୍ରାର୍ଥୀ। ତେବେ ବିଡ଼ମ୍ବନାର ବିଷୟ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩୪ ଜଣ ପ୍ରାର୍ଥୀ ମେଟ୍ରିକ୍ ଫେଲ ପ୍ରାର୍ଥୀ ରହିଛନ୍ତି ।

ସୂଚନାଯୋଗ୍ୟ, ଦ୍ଵିତୀୟ ପର୍ଯ୍ୟାୟରେ ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ମେ ୨୦ ତାରିଖ ଭୋଟ୍ ଗ୍ରହଣ ହେବ। ୫ ଲୋକସଭା ସିଟ୍ ହେଉଛି ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼। ଏହି ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର ମେ ୧୮ରେ ଥମିବ। 

 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.