ଅଜଣା ଗାଡ଼ି ଧକ୍କାରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ

Published By : Prameya-News7 Bureau | May 14, 2024 IST

ମୋହନା: ଅଜଣା ଗାଡି ଧକ୍କାରେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ l ମୃତକ ହେଲେ ମୋହନା ବ୍ଳକ ବାଘମାରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏସୋ ମାଝୀ l ସୂଚନା ଅନୁଯାୟୀ, ମଙ୍ଗଳବାର ନିର୍ବାଚନ କାର୍ଯ୍ୟ ସାରି ନିଜ ବାଇକରେ ଗ୍ରାମକୁ ଫେରୁଥିବା ବେଳେ ଆର.ଉଦୟଗିରି ଥାନା ଛେଳିଗଡ ହାଟପଦା ଠାରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଖବର ପାଇ ଘଟଣା ସ୍ଥଳରେ ଆର.ଉଦୟଗିରି ଥାନା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ପଠାଇବା ସହ ଅଧିକ ତଦନ୍ତ ଚଳାଇଛି ।  

ସୂଚନାଥାଉକି, ମଙ୍ଗଳବାର ମାଲକାନଗିରି ଏବଂ ନୂଆପଡ଼ାରେ ମଧ୍ୟ ଦୁଇ ପ୍ରିଜାଇଡିଂ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥଲା। ନୂଆପଡ଼ାରେ ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ପ୍ରିଜାଇଡିଂ ଅଫିସରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିିଥିଲା । ତାଙ୍କ ନାଁ ପ୍ରସନ୍ନ କୁମାର ନାଏକ। ପ୍ରସନ୍ନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଘୋଷଣା କରିଛି ଇସିଆଇ। 

ସେପଟେ, ମାଲକାନଗିରିରେ ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ଖଇରପୁଟ ମୁଦୁଲିପଡାର ପଞ୍ଚାୟତ ବନ୍ଧଗୁଡାର ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମସାରି ଫେରୁଥିବା ବେଳେ ଇନ୍ଦ୍ରଜିତଙ୍କ ବାଇକ୍‌କୁ ଧକ୍କା ଦେଲା ଏକ ଘରୋଇ ବସ୍ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକ ମାନେ ଇନ୍ଦ୍ରଜିତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଆଣିବା ପରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.