ନୂଆଦିଲ୍ଲୀ ୨୦।୦୩: ମହାରାଷ୍ଟ୍ରର ନାସିକରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ ସହ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଖ୍ୟାତନାମା ଜ୍ୟୋତିଷଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ନାମ ଅଶୋକ ଖରାତ (୬୭) ବୋଲି ଜଣାପଡିଛି। ସେ ଅନେକ ମହିଳାଙ୍କୁ ଶାରୀରିକ ନିଯ୍ୟାତନା ଦେଉଥିବା ଥିବା ନେଇ ପୋଲିସ କହିଛି। ଏଫଆଇଆର ଅନୁସାରେ ଖରାତ ନିଜକୁ କ୍ୟାପଟେନ କହିଥାନ୍ତି। କାରଣ ପୂର୍ବରୁ ସେ ମର୍ଚାଣ୍ଟ ନାଭିରେ କାର୍ଯ୍ୟ କରିଥିଲେ । ସେ ମହିଳାଙ୍କୁ ନିଜର ସମସ୍ୟା ସମାଧାନ କରିବାକୁ କହି ନିଜ ଅଫିସକୁ ଡାକିଥାନ୍ତି । ସେଠାରେ ମହିଳାମାନେ ପହଞ୍ଚିଲା ପରେ ସେମାନଙ୍କୁ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିଥାନ୍ତି ।

ଏତିକି ହିଁ ନୁହେଁ ତାର ଭିଡିଓ ରେକର୍ଡିଂ କରି ପରବର୍ତ୍ତୀ ସମୟରେ ମହିଳାଙ୍କୁ ବ୍ଲାକମେଲିଂ କରିଥାନ୍ତି। ସେ ମହିଳାମାନଙ୍କୁ ଭୟଭୀତ କରାଇ ବିଶେଷକରି ତନ୍ତ୍ରମତ୍ତ କରି ସେମାନଙ୍କ ସ୍ୱାମୀଙ୍କୁ ମାରିଦେବାର ଭୟ ଦେଖାଇ ବାରମ୍ବାର ଦୁଷ୍କର୍ମ କରନ୍ତି। ପୋଲିସକୁ ସେଠାରୁ ଏକ ପେନ୍ଡ୍ରାଇଭ ମଧ୍ୟ ମିଳିଛି। ଯେଉଁଥିରେ ଭିନ୍ନ ଭିନ୍ନ ୫୮ ଜଣ ମହିଳାଙ୍କ ସହିତ ଜ୍ୟୋତିଷ ଅଶୋକଙ୍କର ଆପତ୍ତିଜନକ ଫଟୋ ଓ ଭିଡିଓ ରହିଥିବା କୁହାଯାଉଛି। ଅଭିଯୁକ୍ତ ଜ୍ୟୋତିଷଙ୍କର ବହୁ ନେତାଙ୍କ ସହ ସମ୍ପର୍କ ମଧ୍ୟ ରହିଛି। ତେଣୁ ପୋଲିସ ଘଟଣାର ତଦନ୍ତ କରିବା ଲାଗି ଆଇପିଏସ୍ ଅଧିକାରୀଙ୍କ ନେତୃତ୍ବରେ ଏକ ଏସ୍ଆଇଟି ଗଠନ କରିଛନ୍ତି। ପୀଡିତା କରିଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜ୍ୟୋତିଷ ପୂଜାପାଠ କରିବା ପାଇଁ ନାସିକର କାନାଡା କର୍ଣ୍ଣର ଅଞ୍ଚଳରେ ରହିଥିବା ଏକ ଅଫିସକୁ ଡାକନ୍ତି। ସେଠାରେ ତାଙ୍କୁ ନିଶଦେଇ ଦୁଷ୍କର୍ମ କରିଥାନ୍ତି।

୨୦୨୨ ନଭେମ୍ବରରୁ ୨୦୨୫ ଡିସେମ୍ବର ଭିତରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତ ଜ୍ୟୋତିଷ ନାସିକର ମିରଗାଓଁ ସ୍ଥିତ ଈଶାନେଶ୍ୱର ମହାଦେବ ମନ୍ଦିର ଟ୍ରଷ୍ଟର ସଭାପତି ଅଛନ୍ତି । କୁହାଯାଉଛି କି ତାଙ୍କର ରାଜନୈତିକ ସମ୍ପର୍କ ମହାରାଷ୍ଟ୍ର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ରହିଛି । ବହୁ ବଡବଡ ନେତା ତାଙ୍କ ପାଖକୁ ଆସିଥାନ୍ତି। ୨୦୨୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀ ରାଧାକୃଷ୍ଣ ଭିଜେ ପାଟିଲ ଓ ଦୀପକ କେସରକର ମଧ୍ୟ ସମ୍ପୃକ୍ତ ଜ୍ୟୋତିଷଙ୍କ ପାଖକୁ ଆସିଥିଲେ। ଅଭିଯୁକ୍ତ ଜ୍ୟୋତିଷଙ୍କୁ ଧରିବା ଲାଗି ପୋଲିସ ବୁଧବାର ରାତିରେ ଏକ ସିକ୍ରେଟ ଅପରେସନ କରିଥିଲା। ପ୍ରଥମେ ପୋଲିସ ତାଙ୍କ ଅଫିସ ନିକଟରେ ଚୋର ଚୋର ବୋଲି ପାଟି କରିଥିଲା। ଲୋକମାନେ ସେଠାରେ ଜମା ହେବା ସହ ହୋ-ହଲ୍ଲା କରିବା ଭିତରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଜ୍ୟୋତିଷଙ୍କ ଅଫିସରେ ପଶି ତାଙ୍କୁ ବେଡମ୍‌ରୁ ଉଠାଇ ଆଣିଥିଲା।

Also Read- Smart phone education: ଭାରତ ସର୍ଭେ ଫର୍ ଏଡ୍‌ଟେକ୍, ୟୁଟ୍ୟୁବ୍ ସବୁଠୁ ଲୋକପ୍ରିୟ