ମାଲକାନଗିରି ୩୦୧୦: ଛତିଶଗଡ଼ରେ ଜାରି ରହିଛି ମାଓବାଦୀଙ୍କ ଆତ୍ମସମର୍ପଣ । ବୁଧବାର କାଙ୍କେର ଜିଲ୍ଲାରେ ୨୧ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ଗୁରୁବାର ବିଜାପୁର ଜିଲ୍ଲାରେ ପୁଣି ୫୧ ଜଣ ମାଓବାଦୀ ଲାଲ୍ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣ ମହିଳା ଏବଂ ୪୨ ଜଣ ପୁରୁଷ ନକ୍ସଲ ରହିଛନ୍ତି । ପୂର୍ବରୁ ଏମାନଙ୍କ ମୁଣ୍ଡ ଉପରେ ମୋଟ୍ ୬୬ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଛତିଶଗଡ଼ ସରକାର । ହେଲେ ଆତ୍ମସମର୍ପଣ ପରେ ସେମାନଙ୍କୁ ନାଲି କାର୍ପେଟ୍ ବିଚ୍ଛାଇ ମୁଖ୍ୟସ୍ରୋତରେ ସାମିଲ କରାଯାଇଛି । ମାଓବାଦୀଙ୍କ PLGA ବାଟାଲିୟନ ସଦସ୍ୟ, ଏରିଆ କମିଟି ସଦସ୍ୟ, ପ୍ଲାଟୁନ ମେମ୍ବର ଓ RPC ଜନତାନା ସରକାର ଦଳର ସଦସ୍ୟ ରହିଛନ୍ତି ।

ପୋଲିସ ସୂତ୍ର ଅନୁଯାୟୀ ୨୦୨୫ ମସିହାରେ ଏପର୍ଯ୍ୟନ୍ତ ୪୬୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୧୩୮ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ଏହାସହ ୪୮୫ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ୨୦୨୪ରୁ ୨୫ ଗତ ଦୁଇ ବର୍ଷ ମଧ୍ୟରେ ୬୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ଛତିଶଗଡରେ ୪୫ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ରହିଥିବା ବେଳେ ବର୍ତ୍ତମାନ ସେଠାରେ ଆଉ ମାତ୍ର ଜଣ ରହିଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି. । ମାଓବାଦୀଙ୍କ ଆତ୍ମସମର୍ପଣ ଧାରା ଜାରି ରହିଲେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ହିଁ ଛତିଶଗଡ ମାଓ ମୁକ୍ତ ହେବ ବୋଲି ବିଜାପୁର ଏସ୍‌ପି କହିଛନ୍ତି  ।