LIVE TV

ହରିଆଣାର ୫୦ ଯୁବକ ଆମେରିକାରୁ ନିର୍ବାସିତ , ହାତରେ ହାତକଡି ଗୋଡରେ ଜଞ୍ଜିର ପିନ୍ଧାଇ ପଠାଇଲେ

NEWS7
youths deported from America

ଚଣ୍ଡିଗଡ଼ : ଆମେରିକାରେ ଅବୈଧ ଉପାୟରେ ରହୁଥିବା ହରିଆଣାର ୫୦ ଯୁବକଙ୍କୁ ଡିପୋର୍ଟ କରି ଭାରତ ପଠାଯାଇଛି। ସମସ୍ତଙ୍କ ହାତ ଓ ପାଦରେ ହାତକଡ଼ି ଓ ଜଞ୍ଜିର ଲାଗିଥିଲା। ବିମାନ ଶନିବାର ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚି ଥିଲା। ସେଠାରୁ ହରିଆଣାର ଅଲଗା ଅଲଗା ଜିଲ୍ଲାର ପୁଲିସ ଏହି ଯୁବକଙ୍କୁ ନିଜ ସାଥିରେ ନେଇ ଯାଇଛନ୍ତି।ଏମାନେ ସମସ୍ତେ ଡଙ୍କି ରୁଟ୍‌ରେ ଆମେରିକା ଯାଇଥିଲେ। ଏଥିରେ ସବୁଠୁ ଅଧିକ କାଥଲ ଜିଲ୍ଲାର ୧୪ ଯୁବକ ଅଛନ୍ତି। ଏହା ପୂର୍ବରୁ ଫେବ୍ରୁଆରୀ ୨୦୨୫ରେ କାଥଲର ୧୨ ଜଣ ଯୁବକ ଆମେରିକାରୁ ଡିପୋର୍ଟ ହୋଇ ଆସି ଥିଲେ। ତିନି ନଭେମ୍ୱରରେ ମଧ୍ୟ ଆମେରିକାରୁ ଗୋଟିଏ ଜାହାଜ ଆସି ଥିଲା।

ଯେଉଁ ଯୁବକ ଡିପୋର୍ଟ ହୋଇ ଆସିଛନ୍ତି, ତାଙ୍କ ପାଖରେ ଜିନିଷର ଗୋଟିଏ ଗୋଟିଏ ବ୍ୟାଗ୍‌ ଥିଲା। ତାଙ୍କୁ ଆମେରିକାର କ୍ୟାମ୍ପ ଗୁଡ଼ିକରେ ରଖାଯାଇ ଥିଲା। ଅଧିକାଂଶ ଯୁବକ ପାନାମାର ଜଙ୍ଗଲ, ନିକାରୋ , ଗ୍ୱାଟେମାଲା ମଧ୍ୟ ଦେଇ ଆମେରିକାରେ ପହଞ୍ଚି ଥିଲେ। କିଛି ଯୁବକ ଏମିତି ଥିଲେ ଯିଏ ପ୍ରଥମେ ଛୋଟ ଛୋଟ ଦେଶକୁ ଯାଇଥିଲେ ଏବଂ ସେଠାରୁ ଡଙ୍କି ରାସ୍ତା ଦେଇ ଆମେରିକା ଯାଇ ଥିଲେ। ଯୁବକମାନେ ଡଙ୍କି ରାସ୍ତାରେ ଆମେରିକା ଯିବା ପାଇଁ ୫୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିଏ ଜମି ବିକ୍ରି କରି ତ ଆଉ କିଏ ଲୋନ୍‌ କରି ଟଙ୍କା ନେଇଥିଲେ।

ଡିପୋର୍ଟ ହୋଇ କାଥେଲ ଫେରିଥିବା ନରେଶ କୁମାର କହିଛନ୍ତି ଯେ,ଗାଁର ଏକ ଏକର ଜମି ବିକ୍ରି କରି ୪୨ ଲକ୍ଷ ଟଙ୍କା ଓ ବକେୟା ଟଙ୍କା ସୁଧରେ ନେଇ ଥିଲେ।ଟଙ୍କା ନେବା ପରେ ମଧ୍ୟ ଏଜେଣ୍ଟମାନେ ଅନ୍ୟ ବର୍ଡରରୁ ଆମେରିକା  ପଠାଇ ଥିଲେ ଏବଂ ସେଠାରେ ପହଞ୍ଚିବା କ୍ଷଣି ପୁଲିସ ଧରି ନେଇଥିଲା। ଏହାପର ଠାରୁ ମୁଁ ଜେଲ୍‌ରେ ହିଁ ଥିଲି। ଆମେରିକାର ଜେଲ୍‌ ଓ କ୍ୟାମ୍ପ ଗୁଡ଼ିକରେ ବହୁ ସଂଖ୍ୟାରେ ଭାରତୀୟ ବନ୍ଦୀ ଅଛନ୍ତି। ଏବେ ବହୁତ ଜାହାଜ ଭାରତ ଆସିଛି। ମୁଁ ତ ଯୁବକଯୁବତୀଙ୍କୁ ଏହା କହିବି ଯେ, କେହି ଯୁବବର୍ଗ ଡଙ୍କି ରାସ୍ତାରେ ଆମେରିକା ଯାଆନ୍ତୁ ନାହିଁ।