LIVE TV

ମାଛ ତରକାରୀ ଖାଇଥିଲେ ଗୋଟିଏ ପରିବାର : ୩ ବର୍ଷ ପୁଅର ମୃତ୍ୟୁ, ଅନ୍ୟ ୩ ଜଣ ଗୁରୁତର

NEWS7
Basudevpur

ବାସୁଦେବପୁର ୨୫।୯: ବିଷାକ୍ତ ହେଲା ମାଛ ତରକାରୀ । ୩ ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି ।  ବାସୁଦେବପୁର ବ୍ଲକ୍ ବରଣ୍ଡୁଆ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ବରଣ୍ଡୁଆରେ ବିଷାକ୍ତ ହେଲା ମାଛ ତରକାରୀ । ସେହି ବିଷାକ୍ତ ତରକାରୀ ଖାଇ ୩ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ବାସୁଦେବପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଓ ଗୁରୁତର ସମସ୍ତେ ଗୋଟିଏ ପରିବାରର । ବଡ଼ ଝିଅ ଓ ମା’ ଗୁରୁତର ହୋଇଛନ୍ତି । ଦୁଇ ଯାଆଁଳା ପୁଅଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହେଇଛନ୍ତି । ଗୁରୁତରଙ୍କ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।