News7 Logo

ବ୍ୟାପୁଛି ନେପାଳ ହିଂସା, ଫସିରହିଛନ୍ତି ଓଡ଼ିଶାର ତୀର୍ଥଯାତ୍ରୀ

NEWS7
odisha

ଯାଜପୁର ୧୧/୦୯: ନେପାଳରେ ବିସ୍ଫୋରକ ସ୍ଥିତି । ସାରା ବିଶ୍ୱକୁ ବ୍ୟାପୁଛି ହିଂସା । ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୋଧ ଘଟଣାକୁ ନେଇ ଜଳୁଛି ନେପାଳ । ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି । ତେବେ ନେପାଳରେ ଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ଆଡଭାରଜରୀ । ଫସିରହିଥିବା ଭାରତୀୟଙ୍କ ମଧ୍ୟରେ କିଛି ଓଡ଼ିଆ ପର୍ଯ୍ୟଟକ ବି ରହିଛନ୍ତି । ​​​​​​​

ପାଖାପାଖି ୨୩ ଜଣ ପର୍ଯ୍ୟଟକ ଫସିରହିଥିବା ସୂଚନା । ଯେଉଁମାନେ ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇଥିଲେ । ୨୩ଜଣ ଯାଜପୁର ଅଞ୍ଚଳର ତୀର୍ଥଯାତ୍ରୀ ଫସି ରହିଛନ୍ତି । ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି । ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି ।

ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଯାଜପୁର ବ୍ଳକ ମାଳଆନ୍ଦପୁର ପଞ୍ଚାୟତର ସରପଞ୍ଚ ପର୍ଶୁ ରାମ ଦଳେଇଙ୍କ ସମେତ ଅଜୟ କୁମାର ପଣ୍ଡା, ମାମିନା ପଣ୍ଡା, ପଙ୍କଜ ଧଳ, ଭରତ କୁମାର ସ୍ବାଇଁ ଏମିତି ପାଖା ପାଖି ୨୩ ଜଣ ଫସି ରହିଛନ୍ତି ।