ଅକ୍ସଫୋର୍ଡ ୟୁନିଭର୍ସିଟିର ବଡ଼ ଖୁଲାସା ; ଭେଜିଟେରିଆନ ଡାଏଟ୍ ଆପଣାଇଲେ କମ୍‌ ହୋଇଯିବ ୫ ପ୍ରକାରର କର୍କଟ ରୋଗର ଆଶଙ୍କା

NEWS7
decan-warrior-champion-in-baleswar-premier-leage

ନୂଆଦିଲ୍ଲୀ ୧୨।୦୩; ଆଜିର ବ୍ୟସ୍ତବହୁଳ ଲାଇଫ ଷ୍ଟାଇଲରେ ଖାଦ୍ୟପେୟର ସିଧାସଳଖ ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି । ନିକଟରେ ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏକ ଚିନ୍ତନଶୀଳ ଗବେଷଣା କରିଛନ୍ତି । ବ୍ରିଟିଶ ଜର୍ଣ୍ଣାଲ ଅଫ୍ କ୍ୟାନସରରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଆମିଷ ତ୍ୟାଗ କରି ନିରାମିଷ ଆପଣେଇବା ଦ୍ୱାରା ଶରୀରରେ କ୍ୟାନସର ଭଳି ମାରାତ୍ମକ ରୋଗର ଆଶଙ୍କା ଯଥେଷ୍ଟ କମିଯାଇଥାଏ ।

୧୬ ବର୍ଷର ଗବେଷଣା ଓ ୧୮ ଲକ୍ଷ ଲୋକଙ୍କ ଉପରେ ପରୀକ୍ଷା:

ଏହି ଅଧ୍ୟୟନଟି କୌଣସି ସାଧାରଣ ପରୀକ୍ଷା ନୁହେଁ । ବୈଜ୍ଞାନିକମାନେ ଦୀର୍ଘ ୧୬ ବର୍ଷ ଧରି ଭାରତ, ବ୍ରିଟେନ, ଆମେରିକା ଏବଂ ତାଇୱାନର ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକଙ୍କ ଡାଟାକୁ ଗଭୀର ଭାବେ ବିଶ୍ଳେଷଣ କରିଛନ୍ତି । ଏଥିରେ ମାଂସାହାରୀ, ମାଛ ଖାଉଥିବା ବ୍ୟକ୍ତି, ଶାକାହାରୀ ଏବଂ ଭେଗାନମାନଙ୍କୁ ସାମିଲ କରାଯାଇଥିଲା । ଲୋକଙ୍କ ଓଜନ, ଉଚ୍ଚତା ଏବଂ ଜୀବନଶୈଳୀକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।ଏହି ୫ଟି କ୍ୟାନ୍ସରରୁ ମିଳିବ ମୁକ୍ତି ?

ଅଧିକ ପଢନ୍ତୁ-କିଡନୀ ଖରାପ ହେଲେ ଆଖି ଦେଖା ଦିଏ ଏହି ୫ଟି ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ…

ରିସର୍ଚ୍ଚ ଅନୁଯାୟୀ, ଆମିଷ ଖାଉଥିବା ଲୋକଙ୍କ ତୁଳନାରେ ଶାକାହାରୀଙ୍କ ପାଖରେ ୫ଟି କ୍ୟାନ୍ସର ହେବାର ସମ୍ଭାବନା ଖୁବ୍ କମ୍ ଥାଏ । ସେଗୁଢ଼ିକ ହେଉଛି ପ୍ରୋଷ୍ଟେଟ୍ କ୍ୟାନ୍ସର, ସ୍ତନ କ୍ୟାନ୍ସର, ଲିମ୍ଫୋମା, ମଲ୍ଟିପଲ୍ ମାୟେଲୋମା, କିଡନୀ କ୍ୟାନ୍ସର । ବୈଜ୍ଞାନିକଙ୍କ କହିବାନୁଯାୟୀ, ଶାକାହାରୀ ଖାଦ୍ୟ ଶରୀରର ମେଟାବୋଲିଜିମ୍ ପ୍ରକ୍ରିୟାକୁ ସୁଧାରିଥାଏ । ପୂର୍ବରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ, ଶାକାହାରୀଙ୍କ ରକ୍ତରେ ଏକ ନିର୍ଦ୍ଦିଷ୍ଟ ପ୍ରୋଟିନର ସ୍ତର କମ୍ ଥାଏ, ଯାହା କିଡନୀ କ୍ୟାନ୍ସର ପାଇଁ ଦାୟୀ । ଶାକାହାରୀ ଆପଣେଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ପ୍ରକ୍ରିୟା ଅଧିକ ସୁରକ୍ଷିତ ରହିଥାଏ । ଏହି ରିପୋର୍ଟରେ ଏକ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ସାଧାରଣତଃ କୁହାଯାଏ ଯେ, ମାଂସ ଖାଇଲେ ଅନ୍ତନଳୀ କ୍ୟାନ୍ସର ହୁଏ, କିନ୍ତୁ ଏହି ରିସର୍ଚ୍ଚରେ ଶାକାହାରୀ ଓ ମାଂସାହାରୀ ଉଭୟଙ୍କ କ୍ଷେତ୍ରରେ ଏହାର ବିପଦ ପ୍ରାୟ ସମାନ ଦେଖିବାକୁ ମିଳିଛି।

ମୁଖ୍ୟ ଗବେଷକ ଅରୋରା ପେରେଜ୍ କୋର୍ନାଗୋ କହିଛନ୍ତି ଯେ, ଶାକାହାରୀ ହେବା ଭଲ, କିନ୍ତୁ ଶରୀରରେ ଯେପରି ପୋଷକ ତତ୍ତ୍ୱର ଅଭାବ ନହୁଏ ସେଥିପ୍ରତି ଧ୍ୟାନ ଦେବା ଜରୁରୀ । ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶରେ ସପ୍ଲିମେଣ୍ଟ ମଧ୍ୟ ନିଆଯାଇପାରେ । ଯଦି ଆପଣ ନିଜକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ଦୂରେଇ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ଦୈନନ୍ଦିନ ଖାଦ୍ୟରେ ସବୁଜ ପନିପରିବା ଓ ଶାକାହାରୀ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ ।

ଅଧିକ ପଢନ୍ତୁ-Fatty Liver Warning: ମୁହଁରେ ଦେଖାଯାଉଥିବା ଏହି ୩ ସଂକେତକୁ କରନ୍ତୁନି ଆଣଦେଖା , ନହେଲେ ବଢ଼ିପାରେ ଫ୍ୟାଟି ଲିଭର ବିପଦ