LIVE TV

ପାକିସ୍ତାନୀ ସୈନିକଙ୍କ ପ୍ୟାଣ୍ଟ ପ୍ରଦର୍ଶନ କଲା ତାଲିବାନ , ଜାଣନ୍ତୁ ଭାରତ ସହ ଏହାର କଣ ରହିଛି କନେକ୍ସନ

NEWS7
decan-warrior-champion-in-baleswar-premier-leage

କାବୁଲ – ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲଗାତାର ଜାରି ରହିଛି। ଏହି ମଧ୍ୟରେ ତାଲିବାନ ଯୋଦ୍ଧା ମାନେ କିଛି ଏମିତି କରିଛନ୍ତି , ଯାହା ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହେବାକୁ ଯାଉଛି। ତାଲିବାନ ଯୋଦ୍ଧା ମାନେ ପାକିସ୍ତାନୀ ସୈନିକଙ୍କ ପ୍ୟାଣ୍ଟର ପରେଡ୍‌ କରିଥିଲେ। ଏହା ବ୍ୟତୀତ ସେହି ଟ୍ୟାଙ୍କ ଗୁଡ଼ିକୁ ମଧ୍ୟ ଦେଖାଇ ଥିଲେ ଯାହାକୁ ସେମାନେ ପାକିସ୍ତାନୀ ସେନା ଠାରୁ ଜବତ କରିଥିଲେ। ତାଲିବାନର ଏହି ଆକ୍ସନର ଭାରତ ସହ ମଧ୍ୟ କନେକ୍ସନ ଯୋଡ଼ା ହୋଇଥିଲା। ବାସ୍ତବରେ ଆଫଗାନିସ୍ତାନର ଆକ୍ଟିଭିଷ୍ଟସ୍ ଏହାକୁ  ୯୩୦୦୦ ପାକିସ୍ତାନୀ ସୈନିକ ଆତ୍ମସମର୍ପଣ କରି ଥିଲେ। ସେବେଠାରୁ ହିଁ ଏହି ନମ୍ୱର ପାକିସ୍ତାନ ପାଇଁ ଲଜ୍ଜାର ପ୍ରତୀକ ପାଲଟି ଯାଇଛି।

ଏହାସହ ଏକ୍ସରେ ୯୩୦୦୦ ଏକ ଟ୍ରେଣ୍ଡିଂ ଟପିକ୍‌ ହୋଇ ଯାଇଛି। ଏଥିରେ ସଂପୃକ୍ତ ପୋଷ୍ଟ ରେ ୧୯୭୧ର ଯୁଦ୍ଧରେ ପାକିସ୍ତାନର ଲେଫ୍ଟେନାଣ୍ଟ ଜେନେରାଲ ଥିବା ଆମିର ଅବଦୁଲ୍ଲା ନିୟାଜିଙ୍କ ଫଟୋ ମଧ୍ୟ ରହିଛି। ଏଥିରେ ସେ ଭାରତର ଲେଫ୍ଟେନାଣ୍ଟ ଜେନେରାଲ ଜଗଜିତ ସିଂହ ଅରୋରାଙ୍କ ସାମ୍ନାରେ ଆତ୍ମସମର୍ପଣର କାଗଜପତ୍ର ଉପରେ ଦସ୍ତଖତ କରୁଛନ୍ତି। ୧୯୭୧ର ଏହି ଫଟୋ ଭାରତୀୟ ସେନାର ଶୌର୍ଯ୍ୟର ସବୁଠୁ ଆକର୍ଷଣୀୟ ପ୍ରତୀକ। ୧୩ ଦିନ ଯାଏ ଚାଲିଥିବା ଲଢେଇ ପରେ ପାକିସ୍ତାନୀ ସେନା ପ୍ରମୁଖ ୯୩୦୦୦ ସୈନିକଙ୍କ ସହ ଭାରତୀୟ ସେନା ଓ ବାଂଲାଦେଶର ମୁକ୍ତି ବାହିନୀ ସାମ୍ନାରେ ସମର୍ପଣ କରିଥିଲା।ଏହାପରେ ହିଁ ବାଂଲାଦେଶର ନିର୍ମାଣ ହୋଇଥିଲା।

କାବୁଲର ଜଣେ ପ୍ରସିଦ୍ଧ ଆକ୍ଟିଭିଷ୍ଟ ଫଜଲ ଅଫଗାନ ଏହାକୁ ନେଇ ଏକ୍ସରେ ଲେଖିଛନ୍ତି ଯେ, ୧୯୭୧ରେ ଭାରତୀୟଙ୍କ ସାମ୍ନାରେ ଆତ୍ମସମର୍ପଣ କରିଥିଲେ। ୨୦୨୫ ରେ ଆଫଗାନ ସାମ୍ନାରେ ସରେଣ୍ଡର କରିଥିଲେ। ଦୀର୍ଘ ଦିନ ବିତି ଯାଇଛି , କିନ୍ତୁ ଟିମ୍‌ ୯୩୦୦୦ ପାଇଁ କିଛି ବଦଳି ନାହିଁ। ସେ ଆହୁରି ଲେଖିଛନ୍ତି , ଆଜି ନୁହେଁ ତ କାଲି ଆଫଗାନିସ୍ତାନ ଭାରତର ୯୩୦୦୦ର ରେକର୍ଡ ଭାଙ୍ଗିବ। ଅନ୍ୟପଟେ, ଲେଖକ ତଥା ମିଲିଟାରୀର ପ୍ରସିଦ୍ଧ କମ୍ୱଲଜିତ ସିଂହ ଢିଲ୍ଲୋନ ମଧ୍ୟ ପଛରେ ନଥିଲେ। ସେ୧୯୭୧ର ପାକସ୍ତାନୀ ଆତ୍ମସମର୍ପଣର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ୯୩୦୦୦ ସର୍ବଦା ପସନ୍ଦର ଅଙ୍କ ଭାବେ ରହି ଆସିଛି।

ଆଫଗାନିସ୍ତାନର ସାମ୍ୱାଦିକ ଓକିଲ ମୁବାରିଜ ମଧ୍ୟ ପାକିସ୍ତାନର ମଜାକ ଉଡ଼ାଇ ଥିଲେ। ସେ ଲେଖିଥିଲେ ଯେ, ଆଜି ୯୩୦୦୦ ପ୍ୟାଣ୍ଟସ ସେରେମନି ୨.୦ର ଦିନ ଥିଲା। ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଟିମ୍‌ ୯୩୦୦୦ ପୁଣି ଥରେ ଇତିହାସ ରଚିଛି। ଆଫଗାନ ସେନା ତାଙ୍କର ପ୍ୟାଣ୍ଟ ହଲାଇ ଥିଲେ। ପାକିସ୍ତାନୀ କେବଳ ଗୋଟିଏ ହିଁ ପରମ୍ପରା ପାଳନ କରନ୍ତି , ତାହା ହେଉଛି ଆତ୍ମସମର୍ପଣ।