ଓ୍ୱାଶିଂଟନ୍,୨୮/୦୪ : ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମୁନି । ଆଲୋଚନା ଚାଲିଥିଲେ ବି କିଛି ଲାଭ ମିଳୁନି । ଏହାରି ଭିତରେ ପରସ୍ପର ଉପରେ ଉଭୟ ଦେଶ ମିସାଇଲ୍ ଆକ୍ରମଣ କରୁଛନ୍ତି । ତେବେ ଯୁଦ୍ଧ ଆରମ୍ଭରେ ଇରାନର ମିନାବରେ ଥିବା ଏକ ସ୍କୁଲରେ ମିସାଇଲ ମାଡ ହୋଇଛି । ଏହି ବିଦ୍ୟାଳୟରେ ହୋଇଥିବା ଆକ୍ରମଣରେ ଏବେସୁଦ୍ଧା ୧୫୫ ଜଣ ପ୍ରାଣ ହରାଇଛନ୍ତି ।

ଇରାନର ଜାତୀୟ ଗଣମାଧ୍ୟମ ଆଇଆରଆଇବି କହିଛି ଯେ, ସ୍କୁଲରେ ଅନେକ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି । ଯେଉଁଥିରେ ୭୩ ଛାତ୍ର ଏବଂ ୪୭ ଛାତ୍ରୀ ଏବଂ ୨୬ ଶିକ୍ଷକ ରହିଛନ୍ତି । ଏହାସହ ୭ ଜଣ ଅଭିଭାବକ ମଧ୍ୟ ଜୀବନ ହାରିଛନ୍ତି । ଇରାନ-ୟୁଏସ ଯୁଦ୍ଧ ମଧ୍ୟରେ ମିନାବ୍ ସ୍କୁଲ ଆକ୍ରମଣକୁ ସବୁଠୁ ଭୟଙ୍କର ଏବଂ ହୃଦୟ ବିଦାରକ ବୋଲି କୁହାଯାଉଛି ।

ଫେବ୍ରୁଆରୀ ୨୮ରେ ଆକ୍ରମଣ

ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ବିପକ୍ଷରେ ସାମରିକ ଅଭିଯାନ ଆରମ୍ଭ କରିଥିଲେ । ଇରାନର ମିନାବରେ ଥିବା ସଜାରେହ ତୟବେ ପ୍ରାଥମିକ ବିଦ୍ୟାଳୟରେ ଏକ ନିସାଇଲ୍ ମାଡ ହୋଇଥିଲା । କିଛି ମିନିଟ୍ ମଧ୍ୟରେ ସ୍କୁଲରେ ଦୁଇଟି ମିସାଇଲ୍ ମାଡ଼ କରାଯାଇଥିଲା । ସ୍କୁଲ ଖୋଲାଥିବା ବେଳେ ଏହି ଆକ୍ରମଣ କରାଯାଇଥିଲା । ଏଥିରେ ଅଧିକାଂଶ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ ଯେଉଁମାନଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ରହିଥିଲା ।