ସୂର୍ଯ୍ୟଙ୍କ ପରି ଚମକିଲେ ସୂର୍ଯ୍ୟବଂଶୀ: ସର୍ବକନିଷ୍ଠ ବ୍ୟାଟର ଭାବେ ଟି-୨୦ ଓ IPLରେ ଭାଙ୍ଗିଲେ ବିଶ୍ୱ ରେକର୍ଡ

Published By : Prameya-News7 Bureau | April 28, 2025 IST

indiatoday

ନୂଆଦିଲ୍ଲୀ: କ୍ରିକେଟ ମଇଦାନରେ ସୂର୍ଯ୍ୟଙ୍କ ପରି ଚମକୁଛନ୍ତି ବୈଭବ ସୂର୍ଯ୍ୟବଂଶୀ। ମାତ୍ର ୧୪ ବର୍ଷ ବୟସରେ ବିଶ୍ୱ ରେକର୍ଡ କରିଛନ୍ତି ଏହି ଯୁବ ଭାରତୀୟ କ୍ରିକେଟର। ବୈଭବ ସୂର୍ଯ୍ୟବଂଶୀ ଟି-୨୦ରେ ଅର୍ଦ୍ଧଶତକ ହାସଲ କରିଥିବା ବିଶ୍ୱରେ ସର୍ବକନିଷ୍ଠ ବ୍ୟାଟର ହୋଇଛନ୍ତି। ୧୪ ବର୍ଷ ୩୨ ଦିନ ବୟସରେ ଏହି ରେକର୍ଡ କରିଛନ୍ତି ବାମହାତୀ ବ୍ୟାଟର ବୈଭବ। ସୋମବାର(୨୮ ଏପ୍ରିଲ୍) ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ (RR) ଏବଂ ଗୁଜରାଟ ଟାଇଟାନ୍ସ (GT) ମଧ୍ୟରେ ଖେଳାଯାଇଥିବା IPL ୨୦୨୫ ମ୍ୟାଚ୍‌ରେ ସେ ଏହି ରେକର୍ଡ କରିଛନ୍ତି। 

ମହମ୍ମଦ ନବିଙ୍କ ପୁଅ ହାସନ ଐସାଖିଲ

ଏହା ପୂର୍ବରୁ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ନବିଙ୍କ ପୁଅ ହାସନ ଐସାଖିଲଙ୍କ ନାଁରେ ଏହି ରେକର୍ଡ ଥିଲା। ସେ ମାତ୍ର ୧୫ ବର୍ଷ ୩୬୦ ଦିନରେ ଅର୍ଦ୍ଧ ଶତକ ମାରିଥିଲେ। କାବୁଲ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ କାବୁଲ ଇଗଲ୍ସ ବିପକ୍ଷରେ ଶପଗିଜା ଲିଗ୍ ୨୦୨୨ ଟି-୨୦ ମ୍ୟାଚ୍‌ରେ ବୁଷ୍ଟ ଡିଫେଣ୍ଡର୍ସ ପକ୍ଷରୁ ଖେଳି ଏହି ରେକର୍ଡ କରିଥିଲେ ହାସନ ଐସାଖିଲ।କେବଳ ଟି-୨୦ ଫର୍ମାଟ୍‌ରେ ନୁହେଁ ଆଇପିଏଲ୍‌ରେ ମଧ୍ୟ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ ମାରିବାର ରେକର୍ଡ ଭାଙ୍ଗିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହା ପୂର୍ବରୁ ରିୟାନ ପରାଗ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ୧୭ ବର୍ଷ ୧୭୫ ଦିନ ବୟସରେ ଅର୍ଦ୍ଧଶତକ ମାରିଥିଲେ। ତା ପୂର୍ବରୁ ସଞ୍ଜୁ ସାମସନ ୨୦୧୩ ମସିହାରେ ମାତ୍ର ୧୮ ବର୍ଷ ୧୬୯ ଦିନ ବୟସରେ ଅର୍ଦ୍ଧଶତକ ହାସଲ କରିଥିଲେ। 

ଆଇପିଏଲ ୨୦୨୫ରେ ନିଜର ତୃତୀୟ ମ୍ୟାଚ୍ ଖେଳୁଥିବା ବୈଭବ, ଟାଇଟାନ୍ସ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ଆରମ୍ଭ କରିଥିଲେ। ପଞ୍ଚମ ଓଭରର ଶେଷ ବଲ୍‌ରେ ସେ ୱାଶିଂଟନ ସୁନ୍ଦରଙ୍କ ବଲରେ ବାଉଣ୍ଡରି ମାରି ୧୭ ବଲ୍‌ରେ ଚଳିତ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ।

ରିୟାନ ପରାଗ

ପଢନ୍ତୁ- ୭୪ରୁ ୯୪କୁ ବଢିପାରେ IPL ମ୍ୟାଚ୍ ସଂଖ୍ୟା, ଏହି ବର୍ଷକୁ ଅପେକ୍ଷା

ପୂର୍ବରୁ, ବୈଭବ ମାତ୍ର ୧୪ ବର୍ଷ ୨୩ ଦିନ ବୟସରେ ଜୟପୁରରେ ଲକ୍ଷ୍ନୌ ସୁପରଜିଆଣ୍ଟସ୍ (LSG) ବିପକ୍ଷରେ ଖେଳି ସବୁଠାରୁ କମ ବୟସର ଆଇପିଏଲେ ଡେବ୍ୟୁକାରୀ ଖେଳାଳି ହୋଇଥିଲେ। ସେ ତାଙ୍କର ପ୍ରଥମ ବଲ୍‌ରେ ଛକ୍କା ମାରି କ୍ରିକେଟର ତାଙ୍କର ନିର୍ଭିକତାକୁ ଦର୍ଶାଇଥିଲେ। ଅଭିଜ୍ଞ ବୋଲର ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ସେ ଛକା ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ବର୍ଷ, ଯେତେବେଳେ ବୈଭବଙ୍କୁ ୧୩ ବର୍ଷ ବୟସ ହୋଇଥିଲା ସେ ରାଜସ୍ଥାନ ରୟାଲ୍ସ ଏହି ଯୁବ ଖେଳାଳିଙ୍କ ପାଇଁ ୧.୧୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା। 

ସଞ୍ଜୁ ସାମସନ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.