LIVE TV

ଅଭିନେତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ସୁଟିଂ ସାରି ଫେରିବାବେଳେ କେନାଲକୁ ଖସିଲା କାର

NEWS7
shikhar-dhawan-slams-shahid-afridi-for-blaming-indian-army-for-pahalgam-attack

ଭୁବନେଶ୍ୱର ୦୮/୧୧: ଓଲିଉଡ୍ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ସୁଟିଂ ସାରି ଫେରୁଥିବାବେଳେ କେନାଲକୁ ଖସିଲା କାର । ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ କେନାଲକୁ ଖସିଲା କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନାଳ ଭିତରକୁ ଖସିପଡ଼ିଲା କାର୍ । ତେବେ ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ରହିଛି । ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଅଭିନେତା ।

ସୂଚନା ଥାଉକି, ବରିଷ୍ଠ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଆଜି ସକାଳେ କଟକରୁ ଶୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଆସୁଥିଲେ । ତେବେ ପ୍ରତାପନଗରୀ କେନାଲ ରୋଡ୍ ବାଟ ଦେଇ ଫେରିବା ବେଳେ ପଟିଆ ନୂଆ ରେଳ ଷ୍ଟେସନ ପାଖରେ କେନାଲକୁ ଖସିଥିଲା କାର । ନିଜେ କାର ଚଳାଇ ଫେରୁଥିବା ବେଳେ କାର ସାମ୍ନାକୁ ଗୋଟିଏ କୁକୁର ଆସିଯିବାରୁ କାଳେ କୁକୁର ସହିତ ମାଡ଼ ହେଇଯିବ ଭାବି ଷ୍ଟିଅରିଙ୍ଗ ମୋଡି ଦେଇଥିଲେ ଅଭିନେତା ।

ଯାହା ଫଳରେ କାରଟି କେନାଲ ତଳକୁ ଖସି ଯାଇଥିଲା l ତେବେ କାରଟି ପାଣି ଭିତରକୁ ଯିବା ପୂର୍ବରୁ ନିଜେ ବ୍ରେକ୍ ମାରି ଅଟକାଇ ଦେଇଥିଲେ । ତାଙ୍କ ପୁଅ ଘଟଣା ସ୍ଥଳରେ ପହଞ୍ଚି କାର ଟିକୁ ଉପରକୁ ଆଣିଥିଲେ । ସୂଚନା ଅନୁଯାୟୀ ଉଭୟ କାର ଏବଂ ଅଭିନେତା ଅଶ୍ରୁ୍ମୋଚନଙ୍କର କୌଣସି କ୍ଷତି ହୋଇନାହିଁ ।