News7 Logo

ସିନ୍ଧେକେଲାକୁ ଏନ୍ଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ, ଅଖ ଚକ ଠପ୍

NEWS7
strike

କଣ୍ଟାବାଞ୍ଜି ୧୨/୦୯: ବଙ୍ଗୋମୁଣ୍ଡା ବ୍ଳକର ସିନ୍ଧେକେଲାକୁ ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସିନ୍ଧେକେଲା ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ବନ୍ଦ ଡାକରା ଯୋଗୁଁ  ଦୋକାନ ବଜାର, ଗାଡି ଚଳାଚଳ, ସ୍କୁଲ,କଲେଜ,ସରକାରୀ, ବେସରକାରୀ ଅନୁଷ୍ଠାନ  ବନ୍ଦ ରହିଛି ।

ଦୀର୍ଘ ବର୍ଷରୁ ସିନ୍ଧେକେଲା କୁ ଏନଏସି ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲା । ୨୦୨୪ ରେ ପୂର୍ବ ସରକାର ନିର୍ବାଚନ ପୂର୍ବରୁ ସିନ୍ଧେକେଲାକୁ ଏନଏସି ଘୋଷଣା କରିଥିଲେ । ସରକାର ପରିବର୍ତ୍ତନ ପରେ ନୂତନ ସରକାର ନୂତନ ଭାବେ ଏନଏସି ଘୋଷଣା କରିଥିଲେ । କିନ୍ତୁ ସିନ୍ଧେକେଲାକୁ ଏନଏସି ଘୋଷଣାରୁ ବାଦ ଦେବାରୁ ସିନ୍ଧେକେଲାକୁ ଏନଏସି ମାନ୍ୟତା ଦାବିରେ ନାଗରିକ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନ କାରୀ ପିକେଟିଂ କରି ଦୋକାନ,ବଜାର,ବିଭିନ୍ନ ଅନୁଷ୍ଠାନ ବନ୍ଦ କରିଛନ୍ତି । ବନ୍ଦ ଯୋଗୁଁ ଅଖ ଚକ ଠପ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ମୁତୟନ ହୋଇଛନ୍ତି ।