News7 Logo

ଭାରତ ଉପରେ US ଟାରିଫକୁ ଉଚିତ କହିଲେ ଜେଲେନସ୍କି, କାରଣ ବି ଗଣାଇଲେ

NEWS7
zelensky

କିଭ୍ ୮।୯: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମୀର ଜେଲେନସ୍କି ଭାରତ ଉପରେ ଆମେରିକା ପକ୍ଷରୁ ଟାରିଫ ଲଗାଯିବା ନିଷ୍ପତ୍ତିକୁ ଉଚିତ ବୋଲି କହିଛନ୍ତି। ତାଙ୍କ କହିବା କଥା ହେଉଛି ଋଷିଆକୁ ବଳ ଦେଉଥିବା ଦେଶ ଉପରେ ଯଦି ଆମେରିକା କଡ଼ା ନିଷ୍ପତ୍ତି ନିଏ ଏଥିରେ ଭୁଲ କଣ? ଏବିସି ନ୍ୟୁଜ୍ କୁ ଜେଲେନସ୍କି ସୋମବାର ଦେଇଥିବା ଇଣ୍ଟରେଭ୍ୟୁରେ ଚୀନ୍, ଋଷିଆ ଓ ଭାରତର ନେତା ଗୋଟିଏ ମଞ୍ଚକୁ ଆସିବା ସମ୍ପର୍କରେ ବି କହିଛନ୍ତି।

ଆମେରିକା ଟାରିଫ କ’ଣ ବ୍ୟାକ୍ ଫାୟୋର ହୋଇଗଲାକି, କାରଣ ମୋଦି, ପୁଟିନ ଓ ସି ଜିନପିଙ୍ଗ ଗୋଟିଏ ମଞ୍ଚରେ ଦେଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଯୁଗଳବନ୍ଦୀ ମଧ୍ୟ ଦେଖାଯାଇଛି। ଏହା ଉପରେ ଜେଲେନସ୍କି କହିଛନ୍ତି ଯେ ‘ମୁଁ ମାନୁଛି ଭାରତ ଉପରେ ଟାରିଫ ଲଗାଇବା ପାଇଁ ଆମେରିକାର ନିଷ୍ପତ୍ତି ଉଚିତ। କାରଣ ଋଷିଆ ସହ କାରବାର କରୁଥିବା ଦେଶଙ୍କ ଉପରେ କଟକଣା ଲାଗିବା ଜରୁରି’। ତାଙ୍କୁ ଆଉ ଏକ ପ୍ରଶ୍ନ କରାଯାଇଥିଲା ଯେ ଆପଣଙ୍କ ଦାବି ହେଉଛି ଋଷିଆ ଉପରେ ଅଧିକରୁ ଅଧିକ କଟକଣା ଲାଗୁ ଓ ୟୁକ୍ରେନକୁ ସହାୟତା ମିଳୁ।

ଏହାର ଉତ୍ତରରେ ଜେଲେନସ୍କି କହିଛନ୍ତି ଯେ ମୁଁ ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପରେ ବେଶ୍ ଖୁସି। କାରଣ ଋଷିଆ ସହିତ କୌଣସି ପ୍ରକାରର କାରବାର ଉଚିତ ନୁହେଁ। ଏଣୁ ଏହା ଉପରେ କଟକଣାକୁ ମୁଁ ସମର୍ଥନ କରୁଛି। ସେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜାଣନ୍ତି ପୁଟିନଙ୍କୁ କିପରି ରୋକାଯାଇ ପାରିବ। ଭ୍ଲାଦିମୀର ପୁଟିନଙ୍କ ଅସ୍ତ୍ର ହେଉଛି ବିଶ୍ୱର କେତେକ ଦେଶ, ଯେଉଁମାନେ ତାଙ୍କଠାରୁ ତୈଳ ଓ ଗ୍ୟାସ  କିଣୁଛନ୍ତି। ତାଙ୍କର ଏହି  ଶକ୍ତିକୁ କ୍ଷୁର୍ଣ୍ଣ କରିବାକୁ ପଡିବ।

ଜେଲେନସ୍କି କହିଛନ୍ତି ଯେ ଚଳିତ ସପ୍ତାହରେ ମୁଁ ମୋଦି, ପୁଟିନ ଓ ସି ଜିନପିଙ୍ଗଙ୍କ ମିଟିଂକୁ ଦେଖିଛି। ଏଥିରେ ଆପଣ ଯେତେବେଳେ ସେଠାରେ ମୋଦିଙ୍କୁ ଦେଖିଲେ ଆପଣଙ୍କୁ କିପରି ଲାଗିଲା? ଆପଣ ମାନୁଛନ୍ତି କି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଟାରିଫ ଲଗାଇବାର ନିଷ୍ପତ୍ତି ବ୍ୟାକ୍ ଫାୟାର କରିଗଲା?ଏହା ଉପରେ ଜେଲେନସ୍କି କହିଛନ୍ତି ଯେ ‘ମୁଁ ମାନୁଛି ଭାରତ ଉପରେ ଟାରିଫ ଲଗାଇବା ପାଇଁ ଆମେରିକାର ନିଷ୍ପତ୍ତି ଉଚିତ। କାରଣ ଋଷିଆ ସହିତ କାରବାର କରୁଥିବା ଦେଶଙ୍କ ଉପରେ କଟକଣା ଲଗାଯିବା ଜରୁରି’। ଏଥିରେ ଆଲାସ୍କା ସମ୍ମିଳନୀ ସମ୍ପର୍କରେ ପଚରାଯିବାରୁ ଜେଲେନସ୍କି କହିଛନ୍ତି ଯେ ମୁଁ ସେଠାରେ ନଥିଲି।

ଜେଲେନସ୍କି କହିଛନ୍ତି ଯେ ଏହି ମିଟିଂ ଜରିଆରେ ପୁଟିନଙ୍କୁ ଟ୍ରମ୍ପ ତାହା ସବୁ ଦେଇଥିଲେ ଯାହା ସେ ଚାହୁଁଥିଲେ। କାରଣ ଋଷୀୟ ନେତା ଦୀର୍ଘ ସମୟରୁ ଚାହୁଁଥିଲେ ଆମେରିକା ରାଷ୍ଟ୍ରପତିଙ୍କ ସହ ତାଙ୍କର ଭେଟ ହେଉ। ଜେଲେନସ୍କି କହିଛନ୍ତି ଯେ ଟ୍ରମ୍ପ ତାଙ୍କୁ ଏହି ସୁଯୋଗ ଦେଇଥିଲେ ଓ ନାଲି କାର୍ପେଟ ବିଛାଇ ଏହି ସୁଯୋଗ ଦେଇଥିଲେ। ଏଥିରେ ଭ୍ଲାଦିମୀର ପୁଟିନଙ୍କ ମସ୍କୋ ଆସି ବାର୍ତ୍ତା କରିବାର ଅଫର ଉପରେ ଜେଲେନସ୍କି କହିଛନ୍ତି ଯେ ସେ ବି ତ କିଭ୍ ଆସି ପାରନ୍ତେ। ତେବେ ନିଜ ସମ୍ପର୍କରେ କହିବାକୁ ଯାଇ ସେ କହିଛନ୍ତି ଯେତେବେଳେ ମୋ ଦେଶ ମିଜାଇଲ ମୁହଁରେ ଛିଡା ହୋଇଛି ସେତେବେଳେ ଏହାକୁ ଫାୟାର କରୁଥିବା ଲୋକଙ୍କ ଦେଶକୁ ମୁଁ କେମିତି ଯିବି?

ଜେଲେନସ୍କି କହିଛନ୍ତି ଯେ ଯଦି ତାଙ୍କୁ ବାର୍ତ୍ତା କରିବାର ଥିଲା ତେବେ ଯୁଦ୍ଧ ମଝିରେ ମଧ୍ୟ କରିପାରନ୍ତେ। ଆମେତ ଏଥି ପାଇଁ ଲଗାତାର ଦାବି କରିଆସୁଛୁ। ୟୁକ୍ରେନୀୟ ନେତା କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ମୋତେ ଦ୍ୱିପାକ୍ଷୀୟ ବାର୍ତ୍ତାର ସଂକେତ ମିଳିଥିଲା। ଏଥି ମୁଁ କହିଥିଲି ଆମେ ଯେ କୌଣସି ବାର୍ତ୍ତା ପାଇଁ ପ୍ରସ୍ତୁତ ଅଛୁ। ତେବେ କେବଳ ମସ୍କୋ ଯାଇ ହିଁ କୌଣସି ମିଟିଂ ହୋଇ ପାରିବ।