News7 Logo

ମଞ୍ଚେଶ୍ୱର ଖେଳ ପଡ଼ିଆରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

NEWS7
Bhubaneswar

ଭୁବନେଶ୍ଵର: ମଞ୍ଚେଶ୍ୱର ରେଳ ଡବା ମରାମତି କାରଖାନା ଖେଳ ପଡିଆରେ ଜଣେ ଯୁବକଙ୍କ  ଗଳିତ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ l ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିନି l  ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିକଫିକ ସହ ତଦନ୍ତ ଚଳାଇଛି।

ସୂଚନା ନୁଯାୟୀ ଆଜି ଅପରାହ୍ନରେ ଖେଳ ପଡିଆରେ ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକ ଦେଖି ପଡିଆ ସୁପରଭାଇଜରଙ୍କୁ ଖବର ଦେଇଥିଲେ l ଏନେଇ ସୁପରଭାଇଜର ପ୍ରଥମେ ୱାର୍କସପରେ ଥିବା ଆରପିଏଫ ଥାନାରେ ଜଣାଇଥିଲେ l ଘଟଣାସ୍ଥଳରେ ଆରପିଏଫ ଅଧିକାରୀ ପହଞ୍ଚି ତନାଘନା କରିବାପରେ ମଞ୍ଚେଶ୍ଵର ଥାନାକୁ ଅବଗତ କରାଇଥିଲେ l

ଖବର ପାଇବାପରେ ମଞ୍ଚେଶ୍ଵର ଥାନା ପୋଲିସ ଓ ସାଇଟିଫିକ ଟିମ ଘଟନସ୍ଥଳରେ ପହଞ୍ଚି   ତଦନ୍ତ କରିବା ସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି l ଯୁବକ ଜଣକଙ୍କ ପରିଚୟ ମିଳିନଥିବା କାରଣରୁ ପୋଲିସ ଏବେ ସ୍ଥାନୀୟ ଅଂଚଳରେ ପଚରାଉଚରା ଆରମ୍ଭ କରିଛି l