LIVE TV

ସେଲ୍ଫି ନେବା ବେଳେ ଭାସିଯାଇଥିଲେ ଯୁବକ, ୪୨ ଘଣ୍ଟା ପରେ ମିଳିଲା ମୃତଦେହ

NEWS7
karanjia

କରଞ୍ଜିଆ ୦୨।୧୦ : ୪୨ ଘଣ୍ଟା ପରେ ମିଳିଲା ମୃତଦେହ । ସେଲ୍‌ଫି ନେଉଥିବା ବେଳେ ନଦୀରେ ଭାସିଯାଇ ନିଖୋଜ ଥିଲେ ଯୁବକ । ଶେଷରେ ଗୁରୁବାର ଦିନ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ଗତ ମଙ୍ଗଳବାର ଦିନ ସଂଧ୍ୟା ସମୟରେ ଭଣ୍ଡନ ନଦୀର ରାମତୀର୍ଥ ଘାଟରେ ଜଣେ ଯୁବକ ସେଲ୍‌ଫି ନେଉଥିବା ଗୋଡ଼ ଖସିଯାଇଥିଲେ । ତାପରଠାରୁ ଯୁବକ ଜଣଙ୍କ ନିଖୋଜ ଥିଲେ । ଯୁବକଙ୍କ ଘର ପଶ୍ଚିମବଙ୍ଗ ମୁର୍ସିଦାବାଦର ହୋଇଥିବା ବେଳେ ତାଙ୍କ ନାମ ସାହୀନ ଆଲାମ ବୋଲି ଜଣାପଡିଛି । ଶେଷରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବି ଯୁବକଙ୍କ ପତ୍ତା ମିଳିନଥିଲା । ଶେଷରେ ଗୁରୁବାର ଦିନ ମାନେ ଘଟଣା ବିତିବାର ୪୨ ଘଣ୍ଟା ପରେ ମିଳିଛି ନିଖୋଜ ଯୁବକଙ୍କ ମୃତଦେହ । ଜିଆଣୀସାହି ଘାଟରୁ ବଙ୍ଗୀୟ ଯୁବକ ସାହୀନ ଆଲାମଙ୍କ ମୃତଦେହ ଠାବ କରିଛି ଉଦ୍ଧାର କାରୀ ଟିମ୍‌ । ​​​​