ପୂର୍ବରୁ ରହିଥିଲା ବିବାଦ, ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା

Published By : Prameya-News7 Bureau | May 02, 2025 IST

ପାରାଦୀପ ୨।୫ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରୀ ଭୁସି ନିର୍ମମ ହତ୍ୟା କରାଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖେଳ ପଡ଼ିଆ ନିକଟରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ଯୁବକ ଜଣଙ୍କ ହେଲେ ଉକ୍ତ ଗ୍ରାମର ରମାକାନ୍ତ ବେହେରା । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି କୁଜଙ୍ଗ ପୋଲିସ ପଚରା ଉଚରା କରୁଛି । ଗ୍ରାମରେ ପୋଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ଦ୍ବାରା ତଦନ୍ତ ଆରମ୍ଭ ହୋଇଛି । 

ମୃତକଙ୍କ ପତ୍ନୀ ନିଳିମା ବେହେରା ଦେଇଥିବା ଏତଲା ଅନୁଯାୟୀ ଗତକାଲି ରାତିରେ ୫ ଜଣ ଯୁବକ ମୋ ସ୍ବାମୀଙ୍କୁ ବାରମ୍ବାର ଡାକିଥିଲେ । ମୁଁ ମନା କରିବା ସହିତ ତାଙ୍କୁ ଘରକୁ ଆଣିଥିଲି, ମାତ୍ର ଆମେ ଶୋଇପଡିବା ପରେ ମୋ ସ୍ବାମୀଙ୍କୁ ପୁଣି ସେମାନେ ଡାକି ନେଇ ହତ୍ୟା କରିଛନ୍ତି । ୧୦ ବର୍ଷ ତଳେ ଆମର ପୁତୁରା ତାଙ୍କ ଘରର ଝିଅକୁ ନେଇ ବିବାହ କରିଥିଲା । ଏହାକୁ ନେଇ ବିବାଦ ରହିଥିଲା ଏବଂ ଏହି ବିବାଦ ଯୋଗୁଁ ତାଙ୍କୁ ହତ୍ୟା କରାଯାଇଛି । 

ଏହି ଘଟଣାକୁ ନେଇ ଗୁରୁବାର ସେମାନଙ୍କ ସହିତ ରମାକାନ୍ତଙ୍କର ପାଟିତୁଣ୍ଡ ହୋଇଥିଲା ।  ସେଠାରେ ବିବାଦ ସୃଷ୍ଟି ହେବା ସହ ଉକ୍ତ ୫ ଜଣ ରମାକାନ୍ତଙ୍କୁ ମାଡ ମାରିଥିଲେ ଏବଂ ଏକ ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରମାକାନ୍ତ ଚିତ୍କାର କରି ପଡ଼ି ଯାଇଥିଲେ । ଦୁର୍ବୃତ୍ତ ମାନେ ସେ ସ୍ଥାନ ଛାଡି ସେଠାରୁ ପଳାଇଯାଇଥିଲେ । ଗ୍ରାମବାସୀ ରମାକାନ୍ତଙ୍କୁ କୁଜଙ୍ଗ ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ । ଏହି ଘଟଣାରେ ଗ୍ରାମରୁ ସମ୍ପୃକ୍ତ ୩ ଜଣଙ୍କୁ କୁଜଙ୍ଗ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ ପ୍ରକାଶ କରିଛନ୍ତି । ସେହିପରି ଏଭଳି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି   ମାନଙ୍କୁ ଫାଶୀ ଦେବା ପାଇଁ ନିବେଦନ କରିଛନ୍ତି ମୃତକଙ୍କ ପତ୍ନୀ ।

You Can Read:

ଜଗତପୁର ଶିଳ୍ପାଞ୍ଚଳରେ ଚାଲିଥିଲା ନକଲି ଓ୍ବାସିଂ ପାଉଡର କାରଖାନା, ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ତିଆରି କରି ବିକୁଥିଲେ ଭେଜାଲ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.