ଯୁବତୀଙ୍କୁ ଘରେ ପଶି ହତ୍ୟା ଉଦ୍ୟମ, ଅଭିଯୁକ୍ତକୁ କାବୁ କଲା ପୋଲିସ

Published By : Prameya-News7 Bureau | May 02, 2025 IST

ବ୍ରହ୍ମପୁର୦୨/୦୫ : ବ୍ରହ୍ମପୁରରେ ଚାଞ୍ଚଲ୍ୟ । ଯୁବତୀଙ୍କ ଘରେ ପଶି ଛୁରାମାଡ କଲା ଯୁବକ । ଗୁରୁତର ଯୁବତୀ ମେଡିକାଲରେ ଭର୍ତ୍ତି । ନିମଖଣ୍ଡି ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ଅଞ୍ଚଳର ଘଟଣା । ସୂଚନା ମୁତାବକ  ଯୁବକ ଜଣକ ଯୁବତୀଙ୍କୁ ଭଲ ପାଉଥିଲେ । ଏ ସଂପର୍କରେ ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ଘଟଣାର ସମାଧାନ ହୋଇଥିଲା । ତେବେ ଭିତରେ ଭିତରେ ରାଗରେ ଜଳୁଥିଲା ସଂପୃକ୍ତ ଯୁବକ । ସୁଯୋଗ ଖୋଜୁଥିଲା କେମିତି ପ୍ରତିଶୋଧ ନେବ । ତାକୁ ଶୁକ୍ରବାର ମିଳିଯାଇଥିଲା ସୁବର୍ଣ୍ଣ ସୁଯୋଗ । କାହିଁକି ନା ଘରେ ଏକୁଟିଆ ଥିଲେ ଯୁବତୀ । ଯୁବକ ଜଣକ ଘରେ ପଶି ଯୁବତୀଙ୍କୁ ଛୁରିରେ ଆକ୍ରମଣ କରିଥିଲା । 

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଝିଅକୁ ହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ସେପଟେ ବ୍ରହ୍ମପୁର ଏସ୍‌ପି କହିଛନ୍ତି ଆକ୍ରମଣ କରିଥିବା ଯୁବକଙ୍କୁ ପୋଲିସ କାବୁ କରିଛି । ଘଟଣାର ତଦନ୍ତ ଚାଲିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.