ଭୁବନେଶ୍ବର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ । ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ବ । ଆଇପିଏସ ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ବିଭାଗର ଡିଜି । କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା ଫେରିବା ପରେ ତାଙ୍କୁ ଏହି ଗୁରୁଦାୟିତ୍ବ ମିଳିଛି । ୧୯୯୩ ବ୍ୟାଚର ଆଇପିଏସ୍ ଅଧିକାରୀ ହେଉଛନ୍ତି ସୁଶାନ୍ତ କୁମାର ।
ସେହିପରି ଆଇପିଏସ ଦୟାଲ ଗଙ୍ଗଓ୍ବାରଙ୍କୁ କମ୍ୟୁନିକେସନ ବିଭାଗ ଅତିରିକ୍ତ ଡିଜି ଦାୟିତ୍ବ ଭାବେ ନିଯୁକ୍ତି ପାଇଛନ୍ତି । ଏହାଛଡ଼ା ଆଇପିଏସ ପ୍ରତୀକ ମହାନ୍ତି ହୋଇଛନ୍ତି ପୋଲିସ ମୁଖ୍ୟାଳୟର ଅତିରିକ୍ତ ଡିଜି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।