କୋରାପୁଟ ୨।୫: ଦରମା ଓ ବ୍ୟକ୍ତିଗତ ଫାଇଲ ଖୋଲିବାକୁ ନବ ନିଯୁକ୍ତ ଅଙ୍ଗନବାଡ଼ି ସହାୟିକାଙ୍କ ଠାରୁ ଲାଞ୍ଚ ନେବା ପଡିଲା ମହଙ୍ଗା । ଦଶମନ୍ତପୁର ବ୍ଲକ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶକୁନ୍ତଳା ଦାସ ଓ ମଧ୍ୟସ୍ଥି ଆଡ଼ମୁଣ୍ଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲା ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ଶୁକ୍ରବାର ଅପରାହ୍ନରେ ଦଶମନ୍ତପୁର ଅଫିସରେ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣଙ୍କ ଦେଢ ମାସ ପୂର୍ବରୁ ଦଶମନ୍ତପୁର ବ୍ଲକର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ସହାୟିକା ଭାବେ ନିଯୁକ୍ତି ପାଇଥିଲେ । କିଛି ଦିନ ପୂର୍ବରୁ ସେ ସିଡିପିଓଙ୍କୁ ଭେଟି ତାଙ୍କର ବ୍ୟକ୍ତିଗତ ଫାଇଲ ଖୋଲିବା ଓ ଦରମା ଦେବାକୁ ଅନୁରୋଧ କରିଥିଲେ । ତେବେ ଉକ୍ତ କାମ ନିମନ୍ତେ ୧୦ ହଜାର ଟଙ୍କା ଦାବି କରି ଆଡମୁଣ୍ଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲାଙ୍କ ଜରିଆରେ ଦେବାକୁ କହିଥିଲେ । ଏହାପରେ ଅଭିଯୋଗକାରିଣୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଶୁକ୍ରବାର ଅପରାହ୍ନରେ ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲାଙ୍କ ମାଧ୍ୟମରେ ସିଡିପିଓ ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଉଭୟଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରି ଥିବାବେଳେ ଶକୁନ୍ତଳା ଦାସଙ୍କ ତିନୋଟି ଓ ମିନତି ଖୋସଲାଙ୍କ ଗୋଟିଏ ସ୍ଥାନରେ ଚଢାଉ ଜାରି ରଖିଛି ।
You Can Read:
ଏକଛତ୍ରବାଦ ଶାସନରେ ଗର୍ବ ଅହଂକାର ବଢିଯାଏ, ଆମ ପ୍ରଭୁ କାହାର ଗର୍ବ ଅହଂକାର ସହନ୍ତି ନାହିଁ : ଉପ ମୁଖ୍ୟମନ୍ତ୍ରୀ