ଭୁବନେଶ୍ବରରେ ପ୍ରତିଷ୍ଠା ହେବ ୩୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ

Published By : Prameya-News7 Bureau | May 02, 2025 IST

ଭୁବନେଶ୍ବର ୨।୫ଭୁବନେଶ୍ଵର ସହର ନିକଟସ୍ଥ ପ୍ରଧାନସାହି ପଞ୍ଚାୟତ ହାଇଟେକ୍ ପ୍ଲାଜା ସୁନ୍ଦରପଦା ନିକଟରେ ୩୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ର ଶୁଭ ଉଦ୍‌ଘାଟନ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଛି । ଏହାକୁ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ କହିଥିଲେ ଯେ, ମାଟି ମା ମୋତେ ଜୀବନରେ ବହୁତ କିଛି ଦେଇଛି ଏବଂ କିଛି ଶିଖି ସେବା କରିବାର ସୁଯୋଗ ଦେଇଛି । ଏହାକୁ ମୁଁ ବଞ୍ଚିଥ‌ିବା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବି । ହାଇଟେକ୍ ପ୍ଲାଜା, ସୁନ୍ଦରପଦା, ପ୍ରଧାନସାହି ନିକଟରେ ୩୫୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ ଯେଉଁଠାରେ କି ସୁଦକ୍ଷ ଚିକିତ୍ସାବିତ୍‌ ମାନଙ୍କ ସହ ଅତ୍ୟାଧୁନିକ ଶୈଳୀରେ ଚିକିତ୍ସା କରାଯିବ । ଯେଉଁଥରେ ସମାଜର ନିମ୍ନ ଓ ମଧ୍ୟବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିବ ବୋଲି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି । ଏହି ଶୁଭ ଉଦ୍‌ଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଅନାମ ଚରଣ ସେନାପତି, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ଵରଞ୍ଜନ ବଡଜେନା, ବରିଷ୍ଠ ସଦସ୍ୟା ଜ୍ୟୋସ୍ନାମୟୀ ବଡଜେନା ଏବଂ ବରିଷ୍ଠ ସଦସ୍ୟ ଅରୁଣ ପାଇକରାୟ ଉପସ୍ଥିତ ରହି ଡଃ ତିରୁପତିଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ଓଡ଼ିଶାକୁ ଭାରତରେ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିବାରୁ କୋଟି କୋଟି ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ଶୁଭଉଦ୍‌ଘାଟନ ଉତ୍ସବକୁ ହାଇଟେକ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଡ. ସତିଶ୍ ଚୌଧୁରୀ, ପତ୍ନୀ ମୌସୁମୀ ଚୌଧୁରୀ ପୂଜା ଯଜ୍ଞରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆହୁରି ଅଧ୍ୟାତ୍ମିକ ଏବଂ ଆଗାମୀ ଦିନରେ ଏହା ଓଡ଼ିଶାବାସୀମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ଭୂମିକା ହେବ ବୋଲି କହିଛନ୍ତି । ଡଃ ତିରୁପତି ପାଣିଗ୍ରାହୀ କହିଛନ୍ତି ଏହି ସୁପର ସ୍ପେଶାଲିଟି ହସ୍ପିଟାଲ୍ ଆଗାମୀ ବର୍ଷକ ମଧ୍ୟରେ ଜନସାଧାରଣଙ୍କ ସେବାରେ ଲାଗିବ ବୋଲି ଆଶା ରଖିଛନ୍ତି ।

You Can Read:

ଏକଛତ୍ରବାଦ ଶାସନରେ ଗର୍ବ ଅହଂକାର ବଢିଯାଏ, ଆମ ପ୍ରଭୁ କାହାର ଗର୍ବ ଅହଂକାର ସହନ୍ତି ନାହିଁ : ଉପ ମୁଖ୍ୟମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.