ଜଣା ନାହିଁ ପିଏମ୍ ମୋଦୀ କାହିଁକି ଏପରି କହିଲେ...ନଦ ହଜିବା ବୟାନ ଉପରେ କଂଗ୍ରେସର ପ୍ରତିକ୍ରିୟା

Published By : Prameya-News7 Bureau | May 02, 2025 IST

ନୂଆଦିଲ୍ଲୀ: ‘କିଛି ଲୋକଙ୍କ ନିଜ ହଜିଯିବ...’ କେରଳରେ ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଏବେ ରାଜନୀତିରେ ଚର୍ଚ୍ଚାରେ ରହିଛି । ପିଏମଙ୍କ ଏହି ବୟାନ ଉପରେ ଏବେ କଂଗ୍ରେସର ପ୍ରତିକ୍ରିୟା ସାମନାକୁ ଆସିଛି । କଂଗ୍ରେସ ନେତା କେ.ସି.ବେଣୁଗୋପାଳ କହିଛନ୍ତି ଯେ ମୁଁ ଜାଣିନି ପ୍ରଧାନମନ୍ତ୍ରୀ ବୟାନ କାହିଁକି ଦେଲେ ।

କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ପ୍ରତିକ୍ରିୟା ଦେଇ କହିଛନ୍ତି, 'ମୁଁ ଜାଣିନି ପ୍ରଧାନମନ୍ତ୍ରୀ ଏପରି କାହିଁକି କହିଲେ । ପ୍ରଧାନମନ୍ତ୍ରୀ ହିଁ ସେହି ବ୍ୟକ୍ତି ହେବେ, ଯାହାଙ୍କ ରାତିର ନିଦ ହଜିବ । ଇଣ୍ଡିଆ ମେଣ୍ଟ, ରାହୁଲ ଗାନ୍ଧୀ କି କଂଗ୍ରେସର ନୁହେଁ । ଆମେ ଜାତି ଜନଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ପ୍ରସଙ୍ଗରେ ସରକାରଙ୍କ ଚାପ ପକାଇବୁ । ବେଣୁଗୋପାଳ ମହିଳା ସଂରକ୍ଷଣ ବିଧେୟକ କଥା ଉଲ୍ଲେଖ କରି କହିଛନ୍ତି ଯେ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବ ନାହିଁ ।'

ବେଣୁଗୋପାଳ ଏକ୍ସରେ ପୋଷ୍ଟ କରି କହିଛନ୍ତି, 'ପହଲଗାମ ଆତଙ୍କୀ ଆକ୍ରମଣ ପରେ ବି ଆମ ପ୍ରଧାନମନ୍ତ୍ରୀ ପାକିସ୍ତାନ ଲହ ଲଢିବା ପରିବର୍ତ୍ତେ ବିରୋଧୀ ନେତାଙ୍କ ନିଦ ହଜାଇବା କଥା କହୁଛନ୍ତି । ତାଙ୍କ ପ୍ରାଥମିକତା ପୂରା ସ୍ପଷ୍ଟ-ନିଜ ପ୍ରକୃତ ମାଲିକ ଆଦାନୀଙ୍କୁ ଖୁସି କରିବା । କିନ୍ତୁ ନିଶ୍ଚିତ ରୁହନ୍ତୁ, ଯେତେବେଳେ ଆପଣ ଆଣପଙ୍କ କର୍ମରେ ବ୍ୟସ୍ତ ରହିବେ, ସେତେବେଳେ ଆମ ରାତି ଆପଣଙ୍କୁ ଉତ୍ତରଦାୟୀ କରାଇବାରେ ବିତିବ ।'

ଥିରୁଅନନ୍ତପୁରମରେ ବିଜିଂଜମ ବନ୍ଦରର ଉଦଘାଟନ ବେଳେ ପିଏମ୍ ମୋଦୀ କଂଗ୍ରେସ ଓ ଇଣ୍ଡି ମେଣ୍ଟକୁ କଟାକ୍ଷ କରିଥିଲେ । ସେ କହିଥିଲେ, ଆଜିର ଏହି ଆୟୋଜନ ପୂରା ଅଲଗା । କିଛି ଲୋକଙ୍କ ନିଦ ଆଜି ହଜିଯିବ । ଏହି ଟିପ୍ପଣୀ ବେଳେ ମଞ୍ଚ ଉପରେ କଂଗ୍ରେସ ସାଂସଦ ଶଶି ଥରୁର ଓ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଉପସ୍ଥିତ ରହିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.