ଗୌରବ ଗୋଗୋଇଙ୍କ ପୁଅ-ଝିଅ ଭାରତୀୟ ନାଗରିକ ନୁହନ୍ତି, ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ଦାବି

Published By : Prameya-News7 Bureau | May 02, 2025 IST

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କୁ ନେଇ ଶୁକ୍ରବାର ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଗୋଗୋଇଙ୍କ ସନ୍ତାନ ଭାରତୀୟ ନାଗିରକ ନୁହନ୍ତି । ଆସାମ ସିଏମ୍ କହିଛନ୍ତି, 'ମୋ ପାଖରେ ପ୍ରମାଣ ଅଛି ଯେ ଗୌରବ ଗୋଗୋଇଙ୍କ ପୁଅ ଓ ଝିଅ ଭାରତୀୟ ନାଗରିକ ନୁହନ୍ତି । ସେ ପାକିସ୍ତାନରେ ୧୫ ଦିନ ଯାଏ କଣ କରୁଥିଲେ ଆମେ ତାର ତଦନ୍ତ କରୁଛୁ । ସେଠାରେ କୌଣସି ପର୍ଯ୍ୟଟନ ସ୍ଥଳ ନାହିଁ । କେବଳ ଆତଙ୍କବାଦୀ ଆଡ୍ଡା ରହିଛି । ସେ ସେଠାକୁ ଯାଇଥିବା ୧୦୦ ପ୍ରତିଶତ ସ୍ପଷ୍ଟ ହୋଇଛି । କିନ୍ତୁ ୧୫ ଦିନ ଯାଏ ସେ ସେଠାରେ କଣ କରୁଥିଲେ ? ଏହା ଏକ ବଡ଼ ପ୍ରଶ୍ନ ?' ସେ କହିଛନ୍ତି ଯେ ରବର୍ଟ ଭଦ୍ରା ଓ ଗୌରବ ଗୋଗୋଇ ଭାରତ ଅପେକ୍ଷା ପାକିସ୍ତାନର ଅଧିକ ଚିନ୍ତା କରୁଛନ୍ତି । 

ଗୋଗୋଇଙ୍କ ପାକିସ୍ତାନ ସହ ସମ୍ପର୍କ ଥିବା ନେଇ ହିମନ୍ତ ବିଶ୍ୱ ଶର୍ମା ଲାଗାତର ଅଭିଯୋଗ କରୁଛନ୍ତି । ଏକ୍ସରେ ରହସ୍ୟମୟ ପୋଷ୍ଟର ଗୋଟିଏ ଦିନ ପରେ ଆସାମ ସିଏମ୍ ଆଜି ଏହି ଟିପ୍ପଣୀ କରିଛନ୍ତି । ଗୋଟିଏ ଦିନ ପୂର୍ବେ ସେ ଲେଖିଥିଲେ, 'ମୁଁ ପୂରା ଦାୟିତ୍ୱ ସହ କହିବାକୁ ଚାହୁଁଛି- ଆସାମର ଜଣେ ସାଂସଦଙ୍କ ପିଲାମାନେ ଏବେ ଭାରତୀୟ ନାଗରିକ ନୁହନ୍ତି । ଏହା ତ କେବଳ ଆରମ୍ଭ । ଏବେ ଅନେକ କିଛି ସାମନାକୁ ଆସିବା ବାକି ଅଛି ।'

ସିଏମ୍ ଶର୍ମା ଏବଂ ଗୋଗୋଇଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଆରୋପ ପ୍ରତ୍ୟାରୋପ ଅନେକ ଦିନ ଧରି ଚାଲିଛି । ପାଞ୍ଚ ଦିନ ପୂର୍ବେ, ଶର୍ମା ଏକ୍ସରେ କଂଗ୍ରେସ ସାଂସଦଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନଗୁଡ଼ିକ ସାଂସଦଙ୍କ ପାକିସ୍ତାନ ଗସ୍ତ ଏବଂ ତାଙ୍କ ପରିବାରର ପାକିସ୍ତାନ ସ୍ଥିତ ଏକ NGO ସହିତ ସମ୍ପର୍କ ବିଷୟରେ ଥିଲା । ଗୋଗୋଇଙ୍କ ନାଁ ନ ନେଇ, ଶର୍ମା ପଚାରିଥିଲେ ଯେ କଂଗ୍ରେସ ନେତା ଲଗାତାର ୧୫ ଦିନ ପାଇଁ ପାକିସ୍ତାନ ଗସ୍ତ କରିଥିଲେ କି ? ଏବଂ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.