T 20 World Cup: ହାଇସ୍କୋରିଂ ମ୍ୟାଚରେ ବାଜି ମାରିଲା ଭାରତ, ଶେଷ ପର୍ଯ୍ୟନ୍ତ ଲଢି ହାରିଲା ଇଂଲଣ୍ଡ, ଫାଇନାଲରେ ନ୍ୟୁଜିଲାଣ୍ଡ ସହ ଟକ୍କର

NEWS7
yoga-day-celebrated-in-koraput

ମୁମ୍ବାଇ: ସଂଘର୍ଷପୂର୍ଣ୍ଣ, ହୃଦସ୍ପନ୍ଦନ ବଢାଇ ଦେଉଥିବା ମ୍ୟାଚରେ ବାଜି ମାରି ନେଲା ଭାରତ। ସଂଘର୍ଷପୂର୍ଣ୍ଣ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ରନରେ ହରାଇଛି। ବିଜୟ ସହ ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲରେ ପ୍ରବେଶ କରିଛି। ଜାକବ ବେଥେଲଙ୍କ ବିଧ୍ଵଂସୀ ଶତକୀୟ ଇନିଂସ ବୃଥା ହୋଇଛି। ବେଥେଲ ୧୦୫ ରନ କରିଥିଲେ ହେଁ ଭାରତ ମ୍ୟାଚକୁ ଜିତି ନେଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଲଢୁଆ ପ୍ରଦର୍ଶନ କରି ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଛି।

ଟମ ବାଣ୍ଟନ ୫ ବଲରୁ ୧୭ ରନ କରି ଆଉଟ୍ ହୋଇଥିଲେ। ତେବେ ଜାକବ ବେଥେଲଙ୍କ ବ୍ୟାଟ୍ ଅଟକି ନ ଥିଲା। ସେ ଓ୍ଵିଲ ଜ୍ୟାକ୍ସଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ। ମ୍ୟାଚ୍ ପୂରା ସଂଘର୍ଷପୂର୍ଣ୍ଣ ରୂପ ନେଇ ଥିଲା। ପ୍ରତିଟି ବଲରେ ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିଥିଲା। ସାମ କରନଙ୍କ ସହ ମିଶି ଜାକବ ବେଥେଲ ଇଂଲଣ୍ଡକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ମ୍ୟାଚ୍ ଆଗକୁ ଗତି କରିବା ସହ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା।

ବେଥେଲ ଶତକ ହାସଲ କରି ଇଂଲଣ୍ଡର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ତେବେ ବୁମରା ଓ ହାର୍ଦ୍ଦିକ ନିଜର ଶେଷ ଓଭରରେ ଶାଣିତ ବୋଲିଂ କରି ଭାରତକୁ ବିଜୟୀ କରାଇଛନ୍ତି। ବେଥେଲ ୪୮ ବଲରୁ ୮ ଚୌକା ଓ ୭ ଛକା ସହ ୧୦୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ଜୋଫ୍ରା ଆର୍ଚର ୪ ବଲରୁ ୧୯ ରନ କରିଥିଲେ। ଶେଷରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୪୬ ରନ କରି ପାରିଥିଲା। ଆଉ ଭାରତ ଅତି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ୭ ରନରେ ଜିତି ନେଇଛି।