News7 Logo

ଟ୍ରମ୍ପଙ୍କ ପ୍ରିୟ ନାଭାରୋଙ୍କୁ ଚୁପ୍ କରାଇଲା ମସ୍କଙ୍କ X, କହିଲା- ଆମେରିକା ନୀତି କପଟତା ଓ ଦ୍ୱନ୍ଦ୍ୱ ମାନଦଣ୍ଡ

NEWS7
X fact checks peter navarro

ନୂଆଦିଲ୍ଲୀ: ଭାରତ ଉପରେ ବିଷ ଓଗାଳୁଥିବା ଟ୍ରମ୍ପଙ୍କ ପ୍ରିୟ ନାଭାରୋଙ୍କୁ ଚୁପ୍ କରାଇଲେ ଏଲନ ମସ୍କ। ଆମେରିକା ନୀତିକୁ କପଟତା ଓ ଦ୍ୱନ୍ଦ୍ୱ ମାନଦଣ୍ଡ କହିଲେ ମସ୍କ। ରୁଷୀୟ ତେଲ କ୍ରୟ ନେଇ କିଛି ଦିନୱ ଧରି କଡ଼ା ହମଲା କରୁଛନ୍ତି ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ତଥା ହ୍ୱାଇଟ୍ ହାଉସ୍ ବାଣିଜ୍ୟ ପରାମର୍ଶଦାତା ପିଟର୍ ନାଭାରୋ। ଏପରିକି ଭାରତ ଏବଂ ଏଲୋନ୍ ମସ୍କଙ୍କ ଉପରେ କଡା ହମଲା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ତାଙ୍କ ପୋଷ୍ଟରେ ଏକ Fact Check ଆଟାଚ୍‌ କରିବା ପରେ ପରେ ଏହି ମାମଲା ଆରମ୍ଭ ହୋଇଥିଲା। ନାଭାରୋ ତାଙ୍କ ପୋଷ୍ଟରେ ଅଭିଯୋଗ କରିଥିଲେ ଯେ ଭାରତ କେବଳ ରୁଷରୁ ତେଲ କିଣି ଲାଭ କରୁଛି ଏବଂ ଏହି ରାଜସ୍ୱରେ ରୁଷ ତାର "ଯୁଦ୍ଧ ମେସିନ" ଚଲାଉଛି।

ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ନାଭାରୋ ତାଙ୍କ ପୋଷ୍ଟରେ ଲେଖିଥିଲେ, "FACT: ଭାରତର ସର୍ବୋଚ୍ଚ ଶୁଳ୍କ ଆମେରିକୀୟ ଚାକିରି ନଷ୍ଟ କରୁଛି। ଭାରତ କେବଳ ଲାଭ/ରାଜସ୍ୱ ପାଇଁ ରୁଷ ତେଲ କିଣେ ଯାହା ରୁଷର ଯୁଦ୍ଧ ମେସିନକୁ ଖାଦ୍ୟ ଦିଏ। ୟୁକ୍ରେନୀୟ/ରୁଷୀୟମାନେ ମରୁଛନ୍ତି। ଆମେରିକୀୟ କରଦାତାମାନଙ୍କୁ ଅଧିକ ଦେୟ ଦେବାକୁ ପଡିବ। ଭାରତ ସତ୍ୟ/ମିଥ୍ୟା ସହ୍ୟ କରିପାରିବ ନାହିଁ।"

କିଛି ଘଣ୍ଟା ପରେ, ମସ୍କଙ୍କ ପ୍ଲାଟଫର୍ମ Xରେ ଦର୍ଶାଯାଇଥିଲା ଯେ ଭାରତର ରୁଷୀୟ ତୈଳ କ୍ରୟ "ଶକ୍ତି ସୁରକ୍ଷା" ପାଇଁ ଥିଲା ଏବଂ ଏହା କଟକଣା ଉଲ୍ଲଂଘନ କରିନଥିଲା। ଏହା ମଧ୍ୟ ରେଖାଙ୍କିତ କରିଛି ଯେ ଆମେରିକା ନିଜେ ରୁଷରୁ ୟୁରାନିୟମ୍ ଏବଂ ଖଣିଜ ପଦାର୍ଥ ଆମଦାନି ଜାରି ରଖିଛି, ଯାହାକୁ ଏହା କପଟତା ବୋଲି ବର୍ଣ୍ଣନା କରିଛି। "ଭାରତର ରୁଷ ତୈଳ କ୍ରୟ କେବଳ ଲାଭ ପାଇଁ ନୁହେଁ, ଶକ୍ତି ସୁରକ୍ଷା ପାଇଁ, ଏବଂ ପ୍ରତିବନ୍ଧକ ଉଲ୍ଲଂଘନ କରେ ନାହିଁ। ଭାରତରେ କିଛି ଶୁଳ୍କ ଥିବା ବେଳେ, ସେବା କ୍ଷେତ୍ରରେ ଆମେରିକାର ବାଣିଜ୍ୟ ବଳକା ଅଛି। ଆମେରିକା ମଧ୍ୟ ରୁଷରୁ କିଛି ସାମଗ୍ରୀ ଆମଦାନି ଜାରି ରଖିଛି ଯାହା କପଟତା," ନୋଟରେ ଉଲ୍ଲେଖ କରାଯାଇଛି।

ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ଫ୍ୟାକ୍ଟ ଚେକ୍‌ ପରେ, ଟ୍ରମ୍ପଙ୍କ ଘନିଷ୍ଠ ନାଭାରୋ ରାଗି ଯାଇ ଏଲନ୍ ମସ୍କଙ୍କୁ ଆକ୍ରମଣ କରି ଲେଖିଲେ, "ବାଃ! ଏଲୋନ୍ ମସ୍କ ଲୋକଙ୍କ ପୋଷ୍ଟରେ ପ୍ରଚାର ପ୍ରସାର କରୁଛନ୍ତି। ଭାରତ କେବଳ ଲାଭ ପାଇବା ପାଇଁ ରୁଷରୁ ତେଲ କିଣେ। ୟୁକ୍ରେନ ଆକ୍ରମଣ କରିବା ପୂର୍ବରୁ ରୁଷ କୌଣସି ତେଲ କିଣି ନଥିଲା। ଭାରତ ସରକାରଙ୍କ ସ୍ପିନ୍ ମେସିନ୍ ଦ୍ରୁତ ଗତିରେ ଚାଲୁଛି। ୟୁକ୍ରେନୀୟମାନଙ୍କୁ ହତ୍ୟା କରିବା ବନ୍ଦ କର। ଆମେରିକୀୟମାନଙ୍କ ଚାକିରି ଛଡ଼ାଇ ନେବା ବନ୍ଦ କର।"

ତଥାପି, X ତାଙ୍କର ଏହି ପୋଷ୍ଟର ମଧ୍ୟ ଫ୍ୟାକ୍ଟ ଚେକ୍‌ କରିଛନ୍ତି ଏବଂ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଭାରତର ଶକ୍ତି ବାଣିଜ୍ୟ ଏହାର "ସାର୍ବଭୌମ ନିଷ୍ପତ୍ତି" ଏବଂ ଏହା ଆନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରେ ନାହିଁ। ପ୍ଲାଟଫର୍ମ ପୁଣି ଥରେ ଆମେରିକାର "ଦ୍ୱୈତ ମାନଦଣ୍ଡ" ଉପରେ ଗୁରୁତ୍ୱାରୋପ କରିଛି।

ପିଟର ନାଭାରୋଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶାସନ ଅଗଷ୍ଟ ୨୭ ତାରିଖରୁ ଭାରତୀୟ ଆମଦାନୀ ଉପରେ ଅତିରିକ୍ତ 25% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛି ଯାହା ମୋଟ ଶୁଳ୍କକୁ 50% ବୃଦ୍ଧି କରିଛି। ଏହି ନିଷ୍ପତ୍ତି ଋଷରୁ ଭାରତର ତୈଳ କ୍ରୟ ସହିତ ଜଡିତ ଥିଲା। ନାଭାରୋ ପୂର୍ବରୁ ଭାରତକୁ "ଶୁଳ୍କର ମହାରାଜା" ଏବଂ "କ୍ରେମଲିନ୍ ପାଇଁ ଧୋବା" ଭାବରେ ଆକ୍ରମଣ କରିଥିଲେ। ସେ ୟୁକ୍ରେନ ଯୁଦ୍ଧକୁ "ମୋଦୀଙ୍କ ଯୁଦ୍ଧ" ଭାବରେ ମଧ୍ୟ ବର୍ଣ୍ଣନା କରିଥିଲେ। ନାଭାରୋଙ୍କ ଏକ ବିବାଦୀୟ ବିବୃତ୍ତିକୁ ପ୍ରତ୍ୟାଖାନ କରିଛି ବୈଦେଶିକ ମନ୍ତ୍ରାଳୟ।