ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଅଜବ ଗଜବ ଘଟଣା ଘଟୁଛି। ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ସେମିତି ଏକ ଅଜବ ଓ ଆଶ୍ଚର୍ଯ୍ୟ କଥା ହେଉଛି ନେକେଡ୍ ସିପ୍ ବା ନଗ୍ନ ଜାହାଜରେ ବିନା ପୋଷକରେ ଯାତ୍ରା । ଆଜିକାଲି ଏପରି ଏକ ଜାହାଜକୁ ନେଇ ଖୁବ୍ ଚର୍ଚ୍ଚା , ଯେଉଁଠି ପୋଷାକ ପିନ୍ଧିବା ମନା। ଆମେରିକାର ଏକ ଟ୍ରାଭେଲ୍ କମ୍ପାନୀ, ବେୟାର ନେସେସିଟିଜ୍, ୧୯୯୦ ମସିହାରୁ ପୋଷାକ ପିନ୍ଧିବାର ଇଚ୍ଛାଧିନ କନସେପ୍ଟ ଆରମ୍ଭ କରିଥିଲା। ଯାହା ଆଜିକା ଦିନରେ ପାଲଟିଛି ବିଶ୍ୱର ସର୍ବବୃହତ ନଗ୍ନ କ୍ରୁଜ୍ । ଜାହାଜରେ କେବଳ ସୁନ୍ଦର ଭ୍ୟାକସନ୍ ନୁହେଁ ବରଂ ଯାତ୍ରାରେ ସକାରାତ୍ମକତା, ସମ୍ମାନ ବି ପ୍ରଦାନ କରାଯାଇଥାଏ।
ଏହି 968 ଫୁଟ ଲମ୍ବା ଜାହାଜ ଯାହାର ନାଁ "ଦି ବିଗ୍ ନ୍ୟୁଡ୍ ବୋଟ୍"। ୨,୩୦୦ ଯାତ୍ରୀ ବିଶିଷ୍ଟ ଜାହାଜ, ଅତିଥିମାନଙ୍କୁ ୧୧ଦିନିଆ ଯାତ୍ରା ପ୍ରଦାନକରେ। ଯେଉଁଠାରେ ନଗ୍ନ ଯାତ୍ରୀମାନେ ବିନା ବାଧାରେ କାରିବିନା ସାଗରର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି। ଏପରି ଯାତ୍ରାରେ ଯାଉଥିବା ଲୋକମାନଙ୍କୁ 13,000 ରୁ 50,000 ଡଲାର ଅର୍ଥାତ୍ 13 ଲକ୍ଷରୁ 43 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।।
ଯଦିଓ ନଗ୍ନତା ଏହି କ୍ରୁଜର ମୁଖ୍ୟ ଆକର୍ଷଣ, କିନ୍ତୁ ଜାହାଜର ସବୁ ସ୍ଥାନରେ ନଗ୍ନ ରହିବାର ଅନୁମତି ନାହିଁ। ଯାତ୍ରୀମାନଙ୍କୁ ଡାଇନିଂ ହଲରେ, କ୍ୟାପ୍ଟେନଙ୍କ ରିସେପ୍ସନରେ ଏବଂ ଲାଇଭ୍ ପ୍ରଦର୍ଶନ ସମୟରେ ପୋଷାକ ପିନ୍ଧି ରହିବାକୁ ପଡିବ। ଯେତେବେଳେ ଜାହାଜ ବନ୍ଦରରେ ଡକିଂ କରେ ସେତେବେଳେ ମଧ୍ୟ ପୋଷାକ ବାଧ୍ୟତାମୂଳକ। ଭୋଜନ ସମୟରେ ମଧ୍ୟ, ଡ୍ରେସ୍ କୋଡ୍ ନିର୍ଦ୍ଦିଷ୍ଟ ରହିଛି । ଖେଳ, ମନୋରଞ୍ଜନ ଏବଂ ସ୍ୱିମିଂ ସମୟରେ ଏଠାରେ ଉଲଗ୍ନ ରହିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ, ରାତ୍ରୀ ଭୋଜନ ଏବଂ ମଧ୍ୟାହ୍ନ ଭୋଜନ ପାଇଁ କାଫେଟେରିଆରେ ପୋଷାକ ପିନ୍ଧିବା ବାଧ୍ୟତା ମୂଳକ । ବେୟର୍ ନେସେସିଟିଜ୍ ସ୍ପଷ୍ଟ କରିଛି ଯେ ଏହା ପୋଷାକହୀନ କ୍ରୁଜ୍। କିନ୍ତୁ ଏହାର ଅନୈତିକ ସମ୍ପର୍କ ସହିତ କୌଣସି ସମ୍ପର୍କ ନାହିଁ। ଏଠାରେ ବିନା ଅନୁମତିରେ କାହାକୁ ଛୁଇଁବା କିମ୍ବା ତା ସହିତ ସଂପର୍କ ରଖିବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ରହିଛି। ଏହି ଜାହାଜରେ ଖୋଲାଖୋଲି ଭାବରେ ଯୌନ କାର୍ଯ୍ୟକଳାପରେ ଲିପ୍ତ ହେବା କିମ୍ବା ଏଥିପାଇଁ କାହାକୁ ଅନୁରୋଧ କରିବା ସମ୍ପୂର୍ଣ୍ଣ ନିଷେଧ। ଏହା ବ୍ୟତୀତ, ଜାହାଜର ପୁଲ ଏବଂ ହଲ୍ ଚାରିପାଖରେ ଅନେକ "ନୋ ଫଟୋ ଜୋନ୍" ମଧ୍ୟ ଅଛି। ପୋଷାକ ବିନା ସମୁଦ୍ର ଯାତ୍ରା ଉପଭୋଗ କରୁଥିବା ଲୋକଙ୍କର ଏଠାରେ ଫଟୋ ଉଠାଇବା ନିଷେଧ।
କମ୍ପାନୀ କହିଛି "୧୯୯୦ ମସିହାରୁ, ଆମେ ସାମାଜିକ ନଗ୍ନତା ବିରୁଦ୍ଧରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଭାଙ୍ଗିବା ଏବଂ ପୋଷାକ-ଇଚ୍ଛାଧୀନ ଛୁଟିକୁ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ କରି ଆସୁଛନ୍ତି। ଆମେ ଏହି ବିଶ୍ୱାସକୁ ସମର୍ଥନ କରୁଛୁ ଯେ ଯୌନତା ପୋଷାକ ଖୋଲିବାର ନୁହେଁ, ବରଂ ମାନସିକତାର ଏକ ଅବସ୍ଥା।